ଡାବୁଗାଁ ବ୍ଲକର ୩୩ ଜଣ ଗଣଶିକ୍ଷକଙ୍କୁ ନିୟମିତ ଆଦେଶ ପାତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡାବୁଗାଁ:  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନରେ କାର୍ଯ୍ୟରତ ଗଣଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ହେବାର ଆଦେଶ ପତ୍ର ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ମଙ୍ଗଳବାର ପ୍ରଦାନ କରାଛନ୍ତି | ଗଣଶିକ୍ଷକରୁ ଏକ୍ସ-କ୍ୟାଡର ଲେବୁଲ -୫ ନିୟମିତ ଶିକ୍ଷକ ନିମନ୍ତେ ୨୦୦୮ ମସିହାରୁ ଯେଉଁ ସଂଘର୍ଷ ଲାଗିଥିଲା ସେଥିରେ ଡାବୁଗାଁ ବ୍ଲକ ର ଗଣଶିକ୍ଷକ ସଂଘର ବିଶ୍ଵେଶ କୁମାର ତ୍ରିପାଠୀ, ରଞ୍ଜିତ ଗୁପ୍ତା, ମନୋଜ କୁମାର ବିଶୋଇ, ବିଭୂଦତ୍ତ ବିଶୋଇ, ନିରାକାର ପ୍ରଧାନ ଙ୍କ ସହ ୩୩ ଜଣ ଗଣଶିକ୍ଷକ ଙ୍କର ଗଣଶିକ୍ଷକରୁ ଏକ୍ସ-କ୍ୟାଡର ଲେବୁଲ -୫ ପଦୋନ୍ନତି ହୋଇଛି | ଏଥିରେ ଡାବୁଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ସନ୍ତୋଷ କୁମାର ସାହୁ ଓ ଦେବରାଜ ଗୋପାଳ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଓ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ଜିଲା ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ଏନ୍ ପି ଏସ) ସଭାପତି ବିକାଶ ରଞ୍ଜନ ନିଶଙ୍କ ଙ୍କ ସହଯୋଗରେ ନିୟମିତ ଆଦେଶ ନାମା ପ୍ରଦାନ କରଯାଇଥିଲା l ୧୬ ବର୍ଷ ର ସଂଘର୍ଷ ଯୋଗୁଁ ଆଜି ସଫଳତା ପାଇ ଥିବାରୁ  ୩୨ ଜଣ ଶିକ୍ଷକ, ଜଣେ ଶିକ୍ଷୟତ୍ରୀ ପ୍ରମୂଖଙ୍କ ମନ ଖୁସି ବ୍ୟକ୍ତ କରିବା ସହ ବାଣ ଫୁଟାଇ ଖୁସିର ମାହୋଲ ସୃଷ୍ଟି କରିଥିଲେ।

Comments
Loading...