ବିଡ଼ିଓଙ୍କ ପିସି ମାଗିବାକୁ ବିରଦ୍ଧ କରି ଝରିଗାଁ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଲେ ଠିକାଦାର ସଂଘ

ନବରଙ୍ଗପୁର :-ଝରିଗାଁ ବ୍ଲକ ଠିକାଦାର ସଂଘ ପକ୍ଷରୁ ମନରେଗା( MGNREGS) ମେଟେରିଆଲ ଟଙ୍କା ଦେବାରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବହେଳା କରୁଥିବା ଅଭିଯୋଗ କରି ଝରିଗାଁ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି। ଠିକାଦାର ସଂଘର ସଭାପତି ମଦନ ସାମଲଙ୍କ ଅଭିଯୋଗ ପ୍ରକାରେ ଝରିଗାଁ ବ୍ଳକର ଠିକାଦାର ମାନେ ପ୍ରାୟ ୧୪ ମାସ ତଳେ ମନରେଗା କାମ କରିଥିଲେ।


ତେବେ ପ୍ରଶାସନ ପକ୍ଷରୁ ମନରେଗା ଟଙ୍କା ଆସିନଥିବା ଯୋଗୁଁ ଠିକାଦାର ମାନେ ମନରେଗା ମେଟେରିଆଲ ଟଙ୍କା ପାଇନଥିଲେ। ବର୍ତ୍ତମାନ ମନରେଗା ମେଟେରିଆଲ ଟଙ୍କା ଆସିବାକୁ ଥିବା ବେଳେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପିସି ମାଗୁଛନ୍ତି। ପିସି ନଦେବା ଯୋଗୁଁ ଠିକାଦାର ମାନଙ୍କୁ ହୋଇରାଣ କରିବା ଉଦ୍ଦେଶ୍ୟରେ ବ୍ଲକ କାର୍ଯ୍ୟାୟଲରେ ଅନୁପସ୍ଥିତ ରହିଛନ୍ତି। ଝରିଗାଁ ବ୍ଳକର ପ୍ରାୟ ୬୦ ଜଣ ଠିକାଦାର ୧୨ କୋଟି ଟଙ୍କା ପାଇବେ ବୋଲି କହିଛନ୍ତି। ଏହାର ପ୍ରତିବାଦ କରି ଆଜି ଅପରାହ୍ନ 2 ଘଣ୍ଟା ବେଳେ ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଥିବା କହିଛନ୍ତି। ଠିକାଦାର ମାନଙ୍କ ମନରେଗା ମେଟେରିଆଲ ଟଙ୍କା ନମିଳିବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିବୁ ବୋଲି ଠିକାଦାର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Comments
Loading...