ମୂଷାନାଲ ବନ ବିଭାଗ ପକ୍ଷରୁ ଦିନିକିଆ ଛତୁଚାଷ ତାଲିମ ଶିବିର

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍):ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ମୂଷାନାଲ ସେକ୍ସନ କାର୍ଯ୍ୟାଳୟ ଠାରେ ଫରେଷ୍ଟର ଚିନ୍ତାମଣି ମାଝୀଙ୍କ ଅଧକ୍ଷତାରେ ଛତୁଚାଷ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଞ୍ଚଟି ଭି.ଏସ.ଏସ୍ ର ୧୦୦ ଜଣରୁ ଉର୍ଦ୍ଧ ମହିଳାଙ୍କୁ ସ୍ୱାଭଳମ୍ଭି ନିମନ୍ତେ ଛତୁ ଚାଷ ପାଇଁ ଦିନିକିଆ ତାଲିମ ପ୍ରଦାନ ଯାଇଥିବାବେଳେ ଉକ୍ତ ତାଲିମରେ ପ୍ରଶିକ୍ଷକ ଉମାକାନ୍ତ ମହାନ୍ତି ଛତୁ ଚାଷ ନିମନ୍ତେ ଉପସ୍ଥିତ ମହିଳା ମାନଙ୍କୁ ପ୍ରାଞ୍ଜଳ ଭାବରେ ପ୍ରଶିକ୍ଷଣ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମରେ ଛତୁ ଚାଷର ଉପକାରିତା ବୁଝିବା ପରେ ଉକ୍ତ ମହିଳା ମାନେ ଛତୁ ଚାଷ କରିବା ପାଇଁ ଖୁସି ବ୍ୟକ୍ତ କରିଥିଲେ ଓ ଉକ୍ତ ଛତୁ ଚାଷ କରି ନିହାତି ଭାବେ ମହିଳା ମାନଙ୍କୁ ରୋଜଗାର ଯୋଗାଇ ଦେବା ସହିତ ଆର୍ଥିକ ସ୍ୱାବଲମ୍ବୀ ହେବେ ବୋଲି ଏସ୍.ଇ.ଏଫ୍ ନରୋତ୍ତମ ମାଝୀ ମତପ୍ରକାଶ କରିଥିଲେ । ଆମ ଜଙ୍ଗଲ ଯୋଜନା ଟିମ ଲିଡ଼ର ନିରାକାର ଦାସ, ଅମୀୟ ତ୍ରିପାଠୀ ଡି.ଓ ଉଦିତ ନାଏକ, ସନ୍ତୋଷ କୁମାର ମାଝୀ, ତୁଲାରାମ ନିଆଳଙ୍କ ସମେତ ପାଇକବୋରି, କନ୍ଧବୋରି, ସୋରଗୁଡ଼ା, ତଳଦମାଘାଟି, ଗୋଇଚର୍ଚ୍ଚା ଭି.ଏସ୍.ଏସ୍ ର ୧୦୦ ରୁ ଉର୍ଦ୍ଧ ମହିଳା ପ୍ରମୁଖ ଯୋଗଦେଇଥିଲେ।

ରିପୋର୍ଟ_ ମଳୟ ବେନୁଆଁ, (ରାହୁଲ୍), ଲାଞ୍ଜିଗଡ଼ (ବିଶ୍ୱନାଥପୁର)

Comments
Loading...