ଆତ୍ମସମର୍ପଣ କରିବାରୁ ନିଜ ସାଥୀକୁ ହତ୍ୟାକାଲେ ମାଓବାଦୀ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ଘଟିଛି ଏକ ଅଘଟଣ । ମାଓ ସଂଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସାଥିଙ୍କୁ ମୃତ୍ୟୁଦଣ୍ଡ ଦେଲେ ଲାଲବାହିନୀ । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ୧୦ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ତାଙ୍କ ଘରକୁ ଆସି ତାଙ୍କୁ ଅପହରଣ କରି ନେଇଥିଲେ । ଅପହରଣ ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରି ତାଙ୍କ ମୃତଦେହକୁ ଆଜି ସକାଳେ ବିଜାପୁର ଗାଙ୍ଗାଲୁର ରାସ୍ତାରେ ଫିଙ୍ଗି ଦେଇଥିଲେ । ମୃତକ ଜଣକ ହେଲେ ଗାଙ୍ଗାଲୁର ଗାଁର ରାଜୁ ବେଞ୍ଜାମ ।ସେ ନଅ ବର୍ଷ ଧରି ମାଓ ସଂଗଠନ ସହିତ ଜଡ଼ିତ ଥିଲେ ।ଛତିଶଗଡ଼ ଓ ତେଲେଙ୍ଗାନାରେ ଅନେକ ହିଂସାକାଣ୍ଡରେ ସଂପୃକ୍ତ ଥିଲେ ରାଜୁ ବେଞ୍ଜାମ୍ । ଶେଷରେ ନିଜ ପରିବାର କଥା ଚିନ୍ତା କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

Comments
Loading...