ଅଜଣା ରୋଗରେ ଚାଲିଗଲା ୫ ଜଣ ନିଷ୍ପ୍ରାପ୍ୟ ଶିଶୁର ଜୀବନ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଳା କାଲିମେଳା ବ୍ଲକ ଅନ୍ତର୍ଗତ ସୁଧାଖୁଣ୍ଟା ଗ୍ରାମରେ ଦେଖିବାକୁ ମିଳିଛି ଭୟର ଆତଙ୍କ । ବିଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ଚାଲିଗଲା ୫ ଜଣ ନିଷ୍ପ୍ରାପ୍ୟ ଶିଶୁର ଜୀବନ ।ମିଳିଥିବା ସୂଚନା ଅନୁସାରେ ଶିଶୁ ମାନଙ୍କୁ ପ୍ରଥମେ ଭୀଷଣ ଜ୍ଵର, ଥଣ୍ଡା ହେବାରୁ ପରିବାର ଲୋକେ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସେଠାରେ ଡାକ୍ତର ଶିଶୁଙ୍କ ରୋଗର ଉପଚାର କରିବା ସହ ଔଷଧ ଦେଇଥିଲେ l ଏହା ପରେ ପରିବାର ଲୋକେ ଶିଶୁଙ୍କୁ ନେଇ ଘରକୁ ଆସିଥିଲେ l

ଘରକୁ ଆସିବା ପରେ ଶିଶୁମାନଙ୍କୁ ଝାଡ଼ା ରୋଗରେ ଶିକାର ହୋଇଥିଲେ, କୌଣସି ବାଟ ନ ପାଇଁ ପରିବାର ଲୋକେ ପାରମ୍ପାରିକ ଚିକିତ୍ସା ମୁତାବକ ନିଜ ଗାଁରେ ଥିବା ପୂଜାରୀ,ଦିଶାରୀ ଓ ଗୁଣିଆ ପାଖକୁ ନେଇ ଝଡ଼ା ଫୁଙ୍କା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା । ମାତ୍ର ଏକ ରୁ ଦୁଇଦିନ ମଧ୍ୟରେ ଶିଶୁମାନେ ନିଜର ପ୍ରାଣ ତ୍ୟାଗ କରିଥିଲେ l ଏହି ଭଳି କୋମଳମତି ଶିଶୁଙ୍କ ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋଗର ସଠିକ ନିରୂପଣନ କରିବା ଏବଂ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଟିମ ଯାଇ ଯାଞ୍ଚ ନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଠାରେ ପ୍ରଶ୍ନ ଉଠୁଛି ଯେ ସ୍ୱାସ୍ଥ୍ୟ ବିଭାଗ ଏହି ସବୁ ବିଷୟରେ ଜାଣି ଚୁପ ରହିଛି ନା ନିଜର ଅପାରଗତା କୁ ଲୁଚାଇବା ପାଇଁ ଶିଶୁ ମୃତ୍ୟୁ ଗୁଡ଼ିକୁ ସାର୍ବଜନୀନ କରିନାହାନ୍ତି । ଯଦି ଏହିଭଳି ଲାଗିରହେ ଆଗାମୀ ଦିନରେ ଆହୁରୀ ଅଧିକ ଶିଶୁ ମୃତ୍ୟୁ ବରଣ କରିବାର ସମ୍ଭାବନା ଅଧିକ ରହିଅଛି । ସୁଧାଖୁଣ୍ଟା ଗ୍ରାମଟିରେ ଆଦିବାସୀ ସମ୍ପ୍ରଦାୟର ଲୋକ ବାସ କରୁଥିବାରୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

Comments
Loading...