ତିନିକ୍ୟୁଣ୍ଟାଲ ଗଞ୍ଜେଇ ସହ ୬ ଗିରଫ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଥିଲି ପୋଲିସକୁ ମିଳିଛି ବଡ଼ ସଫଳତା l ୩ କ୍ୟୁଣ୍ଟାଲ ଗଞ୍ଜେଇ ସହ ୬ ଗିରଫ l ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବାଲିମେଳା ଗୋବିନ୍ଦପାଲ୍ଲି ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣର ଖବର ପାଇଁ ପୋଲିସ ଗତ କାଲି ରାତିରେ ଗାଡି ଯାଚ କରୁଥିଲେ l ଏହି ସମୟରେ ଏକ ମାଲ ବିକ୍ରି କରିବା ପରିବହନ ଗାଡିରେ ୩ କ୍ୟୁଣ୍ଟାଲ ଗଞ୍ଜେଇ ଥିବା ଦେଖୁକୁ ପାଇଥିଲେ l ପୋଲିସ ଗଞ୍ଜେଇ ଓ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗାଡିଟିକୁ ଜବତ କରିଛନ୍ତି l ଏହି ଗଞ୍ଜେଇକୁ ମାଲକାନଗିରି ଚିତ୍ରକୋଣ୍ଡା ଅଂଚଳରୁ ନବରଙ୍ଗପୁର ଜିଲ୍ଲା ଉମରକୋଟକୁ ଯାଉଥିବା ଜଣାପଡିଛି । ଏଥିରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Comments
Loading...