ତେଲେଙ୍ଗାନା ଇଟାଭାଟି ରେ ବନ୍ଧା ପଡିଛନ୍ତି ୨୦ ଜଣ ଦାଦନ ଶ୍ରମିକ : ଉଦ୍ଧାର କରିବାକୁ ସୋସିଆଲ ମିଡ଼ିଆରେ ଗୁହାରୀ

ପାଟଣାଗଡ଼ : ଓଡ଼ିଶା ଶ୍ରମ ବିଭାଗ ଓ ପୋଲିସ ପ୍ରଶାସନ ଦାଦନ ରେ ରୋକ୍ ଲଗେଇବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିଥିଲେ ସୁଦ୍ଧା କୌଣସି ପ୍ରକାର ସୁଫଳ ମିଲୁ ନାହିଁ । ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ର ୨୦ ରୁ ଉର୍ଦ୍ଧ ଦାଦନ ଶ୍ରମିକ ମାନଙ୍କୁ ଦାଦନ ଲେଡି ସର୍ଦ୍ଧାର କେତକୀ ମେହେର ତେଲେଙ୍ଗାନା ର ଇଟା ଭାଟି କୁ ଚାଲାଣ କରିଥିଲେ । ସେଠି କିଛି ଦିନ ଗଲା ପରେ ଇଟା ଭାଟି ମାଲିକ ଶାରୀରିକ ଓ ମାନସିକ ନିର୍ଯ୍ୟତନା ଦେଉଥିବା ସହିତ ମାଡ ମାରିଥିବା ଘଟଣା ସୋସିଲ ମିଡିଆ ଭାଇରାଲ ହୋଇଛି । ଶ୍ରମିକ ମାନେ ଗୁହାରି କରିଛନ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ।ଏଇ ଖବର ପରେ ଉକ୍ତ ଶ୍ରମିକ ମାନଙ୍କ ପରିବାର ଦାଦନ ସର୍ଦ୍ଧାର କୁ ଗୁହାରି କରିଥିଲେ ତାଙ୍କୁ ଫେରେଇ ଆଣିବାକୁ କିନ୍ତୁ ଦାଦନ ସର୍ଦ୍ଧାର ଧରା ଛୁଆଁ ଦେଉ ନଥିବା ଅଭିଯୋଗ ହୋଇଛି । ଅନ୍ୟ ପଟେ ଶ୍ରମିକ ମାନେ କିଛି କହିଲେ ଇଟା ଭାଟି ମାଲିକ୍ ଲୋକାଲ ପୋଲିସ ଲଗାଇ ଧମକ ଚମକ ଦେଇ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଦେଉଛି । ଉକ୍ତ ଖବର ଓ ଅଭିଯୋଗ କୁ ଭିତ୍ତି କରି ସୂଚନା ମିଳିଛି ଯେ ଶ୍ରମିକ ଙ୍କ ପଞ୍ଜିକରଣ ହୋଇ ନାହିଁ ଏବଂ ସେମାନଙ୍କୁ ସେଠି ଶ୍ରମ ବିଭାଗ ଙ୍କ ଅଜାଣତରେ ବିକ୍ରି କରାଯାଇଛି । ଏମିତି କଡ଼ା ସଚେତନତା ଭିତରେ ଏଭଳି ଶ୍ରମିକ ଚାଲାଣ ବାହାର ରାଜ୍ୟ କୁ ହେଉଚି କିପରି ଶ୍ରମ ବିଭାଗ ଓ ପୋଲିସ ସଚେତନତାର ଅଭାବ ରହିଛି କି ବୋଲି ଏଠି ପ୍ରଶ୍ନ ଉଠୁଛି । ଏପଟେ ଉକ୍ତ ଦାଦନ ଦଲାଲ ଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି । ଦେଖିବାକୁ ରହିଲା ପୋଲିସ ପ୍ରଶାସନ ଓ ଶ୍ରମ ବିଭାଗ କି ପଦକ୍ଷେପ ନେଉଛନ୍ତି ।

Comments
Loading...