ଲାଞ୍ଜିରେ ସିଆରପିଏଫ ପକ୍ଷରୁ ଜନସମ୍ପର୍କ ଶିବିର

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍) :ଲାଞ୍ଜିଗଡ଼ ବ୍ଲକଗୋଇପିଟା ଠାରେ ଥିବା ସିଆରପିଏଫ ୧୨ ବାଟାଲିନ ପକ୍ଷରୁ ଲାଞ୍ଜି ପଞ୍ଚାୟତ ଲାଞ୍ଜି ଆମତୋଟାରେ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ସିଆରପିଏଫ କମାଣ୍ଡେଣ୍ଟ ଏନ.କେ.କେ ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ବହୁ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥିଭାବେ ଲାଞ୍ଜି ସରପଞ୍ଚ ଯମୁନା ମାଝୀ,ନିରଞ୍ଜନ ଦୋରା,ମୀନକେତନ ପରିଛା,ମିଥଲେଶ କୁମାର ବର୍ମା ପ୍ରମୁଖ ଯୋଗଦେଇଥିଲେ। ସିଆରପିଏଫର ସମସ୍ତ ଯବାନ ସହଯୋଗ କରିଥିଲେ।

ରିପୋର୍ଟ – ମଳୟ ବେନୁଆଁ (ରାହୁଲ୍)

Comments
Loading...