ଜୀବନବିନ୍ଦୁ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କଲେ ମନ୍ତ୍ରୀ

ଜଗତସିଂହପୁର (କୋଶଲ ନ୍ୟୁଜ) ବାଲିକୁଦା ବ୍ଲକ ଅଧିନସ୍ଥ ତଣ୍ଡିକୂଳ ପଞ୍ଚାୟତଅଫିସ ନିକଟସ୍ଥ ନିର୍ମାଣଧିନ ମାର୍କେଟ କମ୍ପ୍ଲେକ୍ସ ଉଦଘାଟନ. ପଞ୍ଚାୟତଭବନ ର ଭିତି ପ୍ରସ୍ତର ସ୍ଥାପନ. ବକ୍ରେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆୟୋଜିତ ଜୀବନବିନ୍ଦୁ କାର୍ଯ୍ୟକ୍ରମ କୁ ମାନ୍ୟବର ସୂଚନା ଓ ଲୋକସମ୍ପର୍କ. ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ ଫିତା କାଟି ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସରପଂଚ ଲୋକନାଥ ମନ୍ତ୍ରୀ ଙ୍କ ସମେତ ପଞ୍ଚାୟତ କର୍ମୀ ମାନେ ମହିଳା ଗୋଷ୍ଠୀ ସଦସ୍ୟମାନେ ସହାୟତା କରିଥିଲେ। ଏଥି ସହ 82 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା I


କରୋନା ମହାମାରୀ ସମୟରେ ରକ୍ତ ସଙ୍କଟକୁ ଦୂର କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ବିଜୁ ଯୁବ ଜନତା ଦଳ ସହାୟତା ରେ ବାଲିକୁଦା ବ୍ଲକ ଅନ୍ତର୍ଗତ ତଣ୍ଡିକୁଳ ପଞ୍ଚାୟତର ବକ୍ରେଶ୍ଵର ଉଚ୍ଚ ବିଦ୍ୟାଳୟ ପରିସରରେ ମାନ୍ୟବର ମନ୍ତ୍ରୀ ତଥା ବାଲିକୁଦା-ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଯୁବ ସଂଗଠକ ଶ୍ରୀ ତାପସ ରଞ୍ଜନ ନାୟକଙ୍କ ସଂଯୋଜନାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଥିଲା । ଏହି ଶିବିରରେ ସେଣ୍ଟାଲ ରେଡକ୍ରସ୍ କଟକ ପକ୍ଷରୁ 82 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାଯ୍ୟକ୍ରମକୁ ମାନ୍ୟବର ଜଳ ସମ୍ପଦ ମନ୍ତ୍ରୀ ଉଦଘାଟନ କରିଥିବା ବେଳେ ଏହି କାଯ୍ୟକ୍ରମରେ ବ୍ଲକ ସଭାପତି ସମେତ ସରପଞ୍ଚ ,ସମିତି ସଭ୍ୟ ,ଓ ଯୁବ -ଛାତ୍ର ନେତା ମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

Comments
Loading...