ରାତି ଅଧିଆରେ ଘରୁ ଲୁଟିନେଲେ ଦୃବୃର୍ତ୍ତ

ଜଗତସିଂହପୁର(କୋଶଲ ନ୍ୟୁଜ୍) ରାତି ଅଧିଆ ଘରେ ପଶି କଳାକନା ବୁଲାଇଲେ ଚୋର , ମୂଲ୍ୟବାନ ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଇ ଚମ୍ପଟ ଚୋର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତୋଲ ଥାନା ଅଧିନସ୍ଥ ବିକିପୁରୁ ଗ୍ରାମର ପ୍ରମୋଦ ପରିଡା, ପିତା ସ୍ୱର୍ଗତ ବଳରାମ ପରିଡା ଙ୍କ ଘରେ ଗତ
କାଲି ବିଳମ୍ବିତ ରାତିରେ ଦୃବୁତ ମାନେ କବାଟ ତାଡି ପସି ସୁନାଇତ୍ୟାଦି ଓ ନଗଦ ଟଙ୍କା ଥିବା ବାକ୍ସ ,ସହିତ ମୋବାଇଲ ଫୋନ ନେଇ ଯାଇ ଥିବା ଶ୍ରୀ।ପରିଡା ତିର୍ତୋଲ ଥାନା ରେ ଅଭିଯୋଗ କରିଛନ୍ତି ।ମିଳି ଥିବା ସୂଚନା ଅନୁଯାୟୀ ଗତ କାଲି ରାତିରେ ପରିଡା ପରିବାର ଖାଇ ପିଇ ଶୋଇ ପଡିଥିଲେ , ବିଳମ୍ବିତ ରାତିରେ ନିଦ ଭାଙ୍ଗିବା ବେଳକୁ ମୂଖ୍ୟ କବାଟ ମେଲା ଦେଖି ପ୍ରମୋଦ ଙ୍କ ସ୍ତ୍ରୀ ସ୍ୱାମୀ ଙ୍କୁ ଡାକି ଥିଲେ ଆଲୁଅ ଯାଳିବାରୁ ଯାହା ଦେଖିଲେ ତାଙ୍କ ହଁସା ଉଡି ଗଲା,ଘରେ ଆଉ କିଛି ନଥିଲା। କ୍ରମେ ଘଟଣା ପ୍ରଘଟ ହେବା ରୁ ତିର୍ତୋଲ ପୋଲିସ କୁ ରାତିରେ ଫୋନ କରା ଯାଇଥିଲା ବୋଲି ପ୍ରମୋଦ କହିଛନ୍ତି। ଦିନ ହେବା ପରେ ତିର୍ତୋଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments
Loading...