ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ତରଫରୁ ଅହେତୁକ ତୈଳ ଦର ବ୍ରୁଦ୍ଧି କୁ ବିରୋଧ କରି ଏକ ଅଭିନବ ପ୍ରତିବାଦ ପରିଦର୍ଶନ

ଜଗତସିଂହପୁର (କୋଶଲ ନ୍ୟୁଜ) ଆଜି ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ତରଫରୁ ଅହେତୁକ ତୈଳ ଦର ବ୍ରୁଦ୍ଧି କୁ ବିରୋଧ କରି ଏକ ଅଭିନବ ପ୍ରତିବାଦ ପରିଦର୍ଶନ କରାଯାଇଛି। ପେଟ୍ରୋଲ ଦର ୧୦୩ ଟଙ୍କା ଥିବାବେଳେ ବ୍ଲକ କଂଗ୍ରେସ କମିଟି ତରଫରୁ ସାଧାରଣ ଲୋକମାନଙ୍କୁ ପେଟ୍ରୋଲ ମାତ୍ର ୮୦ ଟଙ୍କା ରେ ବିକ୍ରି କରାଯିବା ସହ କଂଗ୍ରେସ କର୍ମୀ ମାନେ ରାଜ୍ୟ ଓ କେନ୍ଦ୍ର ସରକାର ବିରୁଦ୍ଧ ରେ ନାରାବାଜି କରିଥିଲେ।କଂଗ୍ରେସ ର ଏପରି ଏକ ଅଭିନବ ପ୍ରତିବାଦ ସାଧାରଣ ରେ ଚର୍ଚ୍ଚା ସ୍ରୁଷ୍ଟି କରିଥିଲା।

ସାଧାରଣ ଲୋକ ମାନେ ମଧ୍ଯ ପେଟ୍ରୋଲ ୮୦ ଟଙ୍କା ରେ ପେଟ୍ରୋଲ କିଣି ସରକାର ଙ୍କ ର ଏପରି ଅହେତୁକ ତୌଳ ଦର ବ୍ରୁଦ୍ଧି କୁ ନେଇ ତାଙ୍କ ମନରେ ଥିବା ବିଷୋଦଗାର କୁ ପ୍ରକାଶ କରିଥିଲେ ଏବଂ ଦସ୍ତଖତ କରିଥିଲେ। ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ର ଏପରି ପ୍ରୟାସ କୁ କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୂଷଣ ମଲ୍ଲିକ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ସମସ୍ତ କଂଗ୍ରେସ କର୍ମକର୍ତ୍ତା ମାନଙ୍କୁ ଧନ୍ଯବାଦ ଜଣାଇଛନ୍ତି।

Comments
Loading...