ସେବା ଫାଉଣ୍ଡେସନ ର ନିଆରା ପ୍ରୟାସ

ଜଗତସିଂହପୁର(କୋଶଲ ନ୍ୟୁଜ୍) ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ସେବା ଫାଉଣ୍ଡେସନ ତରଫରୁ କରୋନା ମହାମାରୀ ସମୟରେ ଦେଖିବାକୁ ମିଳିଛି ଏକ ନିଆରା ସେବା ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲୁଥିବା ମାନସିକବିଚାରଗ୍ରସ୍ତ (ପାଗଳ ) ମାନଙ୍କୁ ଆଜି ସେବା ଫାଉଣ୍ଡେସନ ସମ୍ପାଦକ ସମ୍ବିତ କୁମାର ପାଇଟାଳ ଙ୍କ ନିର୍ଦେଶ କ୍ରମେ ଶେଭିଙ୍ଗି (ଦାଢ଼ି , ଚୁଟି ) କାଟିବା ସହିତ ସାବୁନ ଲଗାଇ ଗାଧେଇ ଦେବା ସହିତ ନୂତନ ବସ୍ତ୍ର ପିନ୍ଧେଇଛନ୍ତି | ଦ୍ୱି ପ୍ରହର ର ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରିଛନ୍ତି |ବାଲିକୁଦା, ବୋରିକିନା, ମାଛଗାଁ, ଓଷକଣା , ନହରଣା ରେ ରହୁଥିବା ମାନସିକବିଚାର ଗ୍ରସ୍ତଙ୍କୁ ସଫା ସୁତୁରା କରିଛନ୍ତି |କରୋନା ମହାମାରୀ ପାଇଁ ସାଧାରଣ ଲୋକେ ଘରୁ ବାହାରୁ ନଥିବା ବେଳେ ସେବା ଫାଉଣ୍ଡେସନ ତାର ସେବା ଜାରି ରଖିଛି |

ସୂଚନା ଯୋଗ୍ୟ କି ଲକ ଡାଉନ ଓ ସଡ଼ ଡାଉନ ସମୟରେ ସେବା ଫାଉଣ୍ଡେସନ ତରଫରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦ୍ୱୀ ପ୍ରହର ରନ୍ଧା ଖାଦ୍ୟ ଦୀର୍ଘ 2 ମାସ ଧରି ବଣ୍ଟନ କରାଯାଇଥିଲା |ଆଜି ଏହି କାର୍ଯ୍ୟକ୍ରମ ରେ ସେବା ଫାଉଣ୍ଡେସନ ତରଫରୁ ଦେବପ୍ରସାଦ ବେହେରା, ଇଶ୍ୱର ବେହେରା, ସାଇ ସୋମନାଥ ବେହେରା, ସମ୍ପାଦକ ସମ୍ବିତ କୁମାର ପାଇଟାଳ, ମୁନା ସେନାପତି, ରଞ୍ଜନ ବାରିକ, ସିମାଞ୍ଚଳ ବାରିକ ପ୍ରମୁଖ ଉପସ୍ଥିତ ଥିଲେ |ବୁଦ୍ଧିଜୀବୀ ମହଲରେ ଏହାକୁ ସ୍ୱାଗତ କରୁଛନ୍ତି |

Comments
Loading...