ଗଛରେ ପିଟି ହୋଇ ଚୁର୍‌ମାର୍‌ ହୋଇଗଲା କାର, ୨ ମୃତ

ଜଗତସିଂହପୁର (କୋଶଲ ନ୍ୟୁଜ) କଟକ ପାରାଦୀପ ରାଜରାସ୍ତାର କୁଜଙ୍ଗ ଥାନା ଅନ୍ତର୍ଗତ ତାଳଦଣ୍ଡା ନିକଟରେ ଆଜି ଅପରାହ୍ନ ୩ ଟା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ କାର ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ହିଁ ଗାଡିର ଡ୍ରାଇଭର ସମେତ ଆଗରେ ବସିଥିବା ୨ ଜଣଙ୍କର ମୃତ୍ୟୁ ହୋଇଛି। ପଛରେ ବସିଥିବା ୨ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି।
ସୂଚନା ମୁତାବକ ଓଡ଼ି-୦୨-ଏଏକ୍ସ-୩୩୬୦ ନମ୍ବର ବିଶିଷ୍ଟ କାରରେ ପାରାଦୀପ ଇଫକୋର ଜଣେ ବରିଷ୍ଠ ଅଧିକାରୀ ରମାକାନ୍ତ ମିଶ୍ର(୫୦) ଓ ତାଙ୍କ ପତ୍ନୀ, ୧୪ ବର୍ଷୀୟ ପୁଅ ଓ ଜଣେ ଡ୍ରାଇଭରଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ମାତ୍ର କୁଜଙ୍ଗ ନିକଟ ତାଳଦଣ୍ଡା ଠାରେ ଗାଡି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରମାକାନ୍ତ ଓ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଓ ପୁଅ ଗୁରୁତର ହୋଇପଡିଥିଲେ।
ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଂଚି ସମସ୍ତଙ୍କୁ ଉଦ୍ଧାର କରି କୁଜଙ୍ଗ ଡାକ୍ତରଖାନାକୁ ନେଇଥିଲା। ରମାକାନ୍ତ ଓ ଡ୍ରାଇଭରଙ୍କୁ ମୃତ ଘୋଷଣା କରାଯାଇଥିଲା ଓ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତ ଡ୍ରାଇଭରଙ୍କ ସମେତ ଆହତ ମାନଙ୍କ ପରିଚୟ ଜଣାପଡିନାହିଁ।

Comments
Loading...