ପିଇବା ପାଣି ନେବା ସମୟରେ ପାଣି ଟାଙ୍କିରୁ ଆସିଲା ମଲା ସାପ ର ଖଣ୍ତ ଖଣ୍ତ ଅଂଶ

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ତାଟିପେଟି ଗ୍ରାମରେ ଦେଖୀବାକୁ ମିଳିଛି ଅଭାବ ନିୟ ଦୃଶ୍ଯ , ପିଇବା ପାଣି ନେବା ସମୟରେ ପାଣି ଟାଙ୍କିରୁ ଆସିଲା ମଲା ସାପ ର ଖଣ୍ତ ଖଣ୍ତ ଅଂଶ । ସୂଚନା ମୁତାବକ ଗାଁ ଲୋକ ମାନେ ପ୍ରତିଦିନ ପରି ଆଜି ମଧ୍ଯ ପିଇବା ପାଣି ନିଜ ଘର ଆଗରେ ଥିବା ପାଣି ପାଇପ୍ ଆଗରେ ପାଣିନେବା ପାଇଁ ଆସିଥିଲେ ପାଣି ନେବା ବେଳେ ପାଣି ଦୃଗନ୍ଧ ହେଲା ପରେ ଲୋକମାନେ ସନ୍ଦେହ ରେ କଣ ହୋଇଛି ଜାଣିବା ପାଇଁ ଚେଷ୍ଟା କରି ପାଣି ବାଲିଟି ଦେଖିବା ସମୟରେ ସେଥିରେ କିଛି ଖଣ୍ଡ ଖଣ୍ତ ମଲା ସାପର ଅଂଶ ଦେଖିବାକୁ ମିଳିଥିଲା ଫଳରେ ଲୋକ ଭୟଭିତ ହୋଇ ଯାଇଥିଲେ । କିନ୍ତୁ ସାପଟି କେତେଦିନ ହେଲା ପାଣି ଟାଙ୍କିରେ ମରିଛି ପାଣି ଛାଡିବା ପାଇଁ ଦାୟିତ୍ବରେ ଥିବା ବ୍ୟକ୍ତି ତାର ଦେଖାଶୁଣା କରୁଛି କି ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି । ସେପଟେ ପାଣି ଗାଁ ସାରା ଲୋକ ପିଇବା ଠୁ ଆରମ୍ଭକରି ରୋଷେଇବାସ ନିତିଦିନ ବ୍ଯବହାର କରୁଛନ୍ତି ତେଣୁ କାଳେ କଣ ଅଘଟଣ ଘଟିବା ଆଶଙ୍କା ରେ ଗ୍ରାମବାସୀ ଭୟଭିତ ହୋଇ ରହିଥିବା ଜଣାପଡ଼ିଛି।

Comments
Loading...