ବିକାଶ ପାଇଁ ଝୁରୁଛି ସିନାପାଲି ସହର

ନୂଆପଡ଼ା (କୋଶଲ ନ୍ୟୁଜ୍) ସିନାପାଲି ନୂଆପଡ଼ା ଜିଲ୍ଲାର ଅନ୍ୟତମ ବୃହତ ସହର ସିନାପାଲି.. ଜିଲ୍ଲାର ଦକ୍ଷିଣଭାଗର ଉଦନ୍ତୀନଦୀ ମୁହାଁଣ ରହିଛି ସିନାପାଲି ସହର..ପନ୍ଦରହଜାର ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାର ଅନ୍ୟତମ ଗଳିକନ୍ଦିର ସହର ସିନାପାଲି..ଏହି ସହରରୁ ପଡୋଶୀ କଳାହାଣ୍ଡି ସହ ଛତିଶଗଡ ସହ ଯୋଗାଯୋଗ ରହିଛି.. ପନ୍ଦର ହଜାରରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ସିନାପାଲି ସହର ବର୍ତମାନ ବିଭିନ୍ନ ସମସ୍ୟାରେ ଗତିକରି ଏବେ ବିକାଶ ପାଇଁ ଝୁରୁଛି.. ସହର ରେ ଅନେକବର୍ଷରୁ ଲାଗିରହିଛିବିଭିନ୍ନ ସମସ୍ୟା..ବାରମ୍ବାର ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତାରୁ ବଞ୍ଚିତ ହେଉଛି ସିନାପାଲି..ଏହି ସହରର ସମସ୍ତ ଯୋଗ୍ୟତାଥିବା ସତ୍ୱେ ସହର ବାସି, ଯୁବକ ସଂଘ ଏବଂ ନାଗରିକ କମିଟି ଦ୍ୱାରା ଅନେକଥର ଦାବି ହୋଇଛି ଆନ୍ଦୋଳନ ହୋଇଛି ସିନାପାଲି ସହର କୁ ଏନଏସି ମାନ୍ୟତା ପାଇଁ ହେଲେ ସୁଫଳ ମିଳୁନି ଯାହା ଫଳରେ ଆବଶ୍ୟକ ସରକାରି ଫଣ୍ଡରୁ ବଞ୍ଚିତ ହେଉଛନ୍ତି ସହର ବାସି ଫଳରେ ସହରାଞ୍ଚଳ ଶାସନ ର ସ୍ୱାଦ ଚାଖି ନାହାନ୍ତି ସହର ବାସି.. ସିନାପାଲି ସହର ବାସିଙ୍କ ପାଇଁ ଗୋଟିଏ ବି କଲ୍ୟାଣ ମଣ୍ଡପ ନାହିଁ ଫଳରେ ବିବାହ, ବ୍ରତ, ସଭା ସମିତି କରିବାରେ ନାନା ଅସୁବିଧା ହେଉଛି.. ସିନାପାଲି ସହରରୁ ବିଶାଖାପାଟଣା,ହାଇଦ୍ରାବାଦ ଭୁବନେଶ୍ୱର,କଟକ, ସମ୍ବଲପୁର ରାୟପୁର କୁ ଦୈନନ୍ଦିନ ବସସେବା ଚାଲେ ହେଲେ ଦୁଃଖର କଥା ସହରରେ ବସଷ୍ଟାଣ୍ଡ ଟିଏ ନାହିଁ.. ତେଣୁ ବସ ରହିବା ସାଙ୍ଗକୁ ଯାତ୍ରୀ ମଧ୍ୟ ହରିଆଣ ହରକତ ରେ ପଡିଯାନ୍ତି..ସିନାପାଲି ସହରରେ କିଛି ସ୍ଥାନରେ ଡ୍ରେନେଜ ବ୍ୟବସ୍ଥା ସୁଧୁରିଛି ତଥାପି କାପସି ମାଝୀପଡା, ମନୋଜ ଭିଡିଓ ହଲ, ବସଷ୍ଟାଣ୍ଡ ପଡା,ଜଗନ୍ନାଥ ଛକ, ଶିବ ମନ୍ଦିର ପଡା,ଆରଆଇ ଅଫିସ ସମ୍ମୁଖ ଗୁଡ଼ିଆ ଛକରୁ ସା ପଡା ଭଳି ବିଭିନ୍ନ ସ୍ଥାନରେ ଡ୍ରେନଜ ବ୍ୟବସ୍ଥା କୁ ସୁଧାର ହୋଇପାରୁନାହିଁ..ସିନାପାଲି ସହରରେ ଗୋଟିଏ ଷ୍ଟେଟବ୍ୟାଙ୍କଅଫ ଇଣ୍ଡିଆ ଥିବାରୁ ପ୍ରତିଦିନ ଭିଡ଼ ଜମୁଛି ଫଳରେ ବ୍ୟାଙ୍କ ସେବା ପାଇବାକୁ ହରିଆଣା ହେବାକୁ ପଡିଛି ତେଣୁ ଆଉ ଗୋଟିଏ ରାଷ୍ଟ୍ରାୟତ ବ୍ୟାଙ୍କ ସେବା ଦରକାର ହୋଇ ପଡିଛି.. ଧୀରେ ଧୀରେ ସହର ର ବିଭିନ୍ନ ଛକରେ ଗଣ୍ଡଗୋଲ ବଢୁଛି ଏବଂ ମଧୁଆଙ୍କ ରାଜ ଚାଲୁଛି ତେଣୁ କେତୋଟି ମୁଖ୍ୟଛକ ମାନଙ୍କରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ମଧ୍ୟ ଜରୁରୀ ହୋଇପଡିଛି… ସିନାପାଲି ସହରର ମୁଖ୍ୟ ନାୟକ ବିଜୁ ଏକ୍ସପ୍ରେସ ରାଜ୍ୟ ରାଜପଥ କାମ ଶୀଘ୍ର ସାରିଲେ ସହର ର ଅର୍ଥନୈତିକ କରିଡର ମଜବୁତ ସାଙ୍ଗକୁ ସହର କୁ ଶୋଭାବର୍ଦ୍ଧନ କରିବ ଏବଂ ଯୁଗେନ ପଦର ଛକରେ ସ୍ମାର୍ଟ ଗୋଳେଇ ଛକ ନିର୍ମାଣ ଦାବି ହେଉଛି ଅଞ୍ଚଳବାସୀଙ୍କର..ସହରରେ ଅଳ୍ପକେ ବିଦ୍ୟୁତ କାଟ ପରମ୍ପରା ହୋଇଗଲାଣି..ସହରର ଅନେକ ଖେଳାଳି ଏବଂ ଖେଳପ୍ରେମୀ ସବୁବେଳେ ହତାଶ ହେଉଛନ୍ତି କାରଣ ସହରରେ ସ୍ୱତନ୍ତ୍ର ଖେଳପଡିଆ ସହ ମିନିଷ୍ଟାଡିଅମ ଟିଏ ନ ଥିବାରୁ ଉତ୍ସାହ ସହ ଅସନ୍ତୋଷ ପ୍ରକାଶ ପାଉଛି..ସହର କୁ ରାଜ୍ୟ ଶାସନ ବିଭାଗୀୟ ଠାରୁ ଆରମ୍ଭ କରି ମନ୍ତୀ, ସାଂସଦ, ବିଧାୟକ, ନେତା ଙ୍କ ପାଦ ପଡିଛି ହେଲେ ବିକାଶ ର କଥା ଦେଇ ସବୁ ଭୁଲି ଯାଉଛନ୍ତି..ସିନାପାଲି ସଦର ପଞ୍ଚାୟତରେ ଅନେକ ନିର୍ବାଚନ ଜିତିଛନ୍ତି ସରପଞ୍ଚଏବଂ ବିକାଶ ପାଇଁ କିଏ ଲଢ଼ିଛ ତ ଆଉ କିଏ ଫସର ଫାଟିଛି .. ସିନାପାଲି ବ୍ଲକ ମାନ୍ୟତା ପାଇବାପରେ ବ୍ଲକ କୁ ଅନେକ ବିଡିଓ ଆସିଛନ୍ତି ସିନାପାଲି ସହରର ବିକାଶ ଉପରେ କଥା ଦେଇଛନ୍ତି ସହର ବାସିଙ୍କ କିଛି କଥା ରଖି କିଛି ଭୁଲି ଯାନ୍ତି ..ଏହି ଭଳି ସମସ୍ୟା ରେ ଛନ୍ଦି ହୋଇ ରହିଛି ସିନାପାଲି ସହର.. ସମସ୍ୟା କୁ ନେଇ ଅନେକ ବାର ଆନ୍ଦୋଳନ ହୁଏ ଦାବି ପତ୍ର ଦିଆ ଯାଏ ହେଲେ ସରକାରୀ ବାବୁମାନେ କଥାଦେଇ କଥା ଭାଙ୍ଗି ଦିଅନ୍ତି..।

Comments
Loading...