କରୋନା ସଂକ୍ରମଣରେ ୧୦ରୁ ଉର୍ଦ୍ଧ ମାଓବାଦୀ ମୃତ ପରେ ଆଦିବାସୀ ଲୋକଙ୍କୁ ନେଇ ଚିନ୍ତା

ମାଲକାନଗିରି ( କୋଶଲ ନ୍ୟୁଜ୍ ) ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ ସୁକମା, ଦାନ୍ତେୱାଡା ଓ ବିଜାପୁର ଜିଲ୍ଲା ରେ ପ୍ରାୟ 50ରୁ ଅଧିକ ମାଓବାଦୀଙ୍କୁ କରୋନା ସଂକ୍ରମଣ ସହ ଫୁଡପଏଯନ ହୋଇଥିବାର କିଛିଦିନ ତଳେ ସୂଚନା ମିଳିଥିଲା l କରୋନା ସଂକ୍ରମଣ ଓ ଫୁଡପଏଯନ ଦ୍ଵାରା ଦାନ୍ତେୱାଡା ଜିଲ୍ଲାରେ ୧୦ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି l୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାର୍ଡକର ମାଓବାଦୀ ସୁଜାତା ଓ ତାଙ୍କ ଦୁଇ ଜଣ ସାଥି ୧୦ ଲକ୍ଷ ଇନାମୀ ମାଓବାଦୀ ଜୟ ଲାଲ ଓ ଦିନେଶ ସହ ବହୁ ମାଓବାଦୀ ନେତା କରୋନା ସଂକ୍ରମଣ ର ଶିକାର ହୋଇଥିବା ଦାନ୍ତେୱାଡା ଏସ. ପି ଅଭିଷେକ ପଲ୍ଲବ ସୁଚନା ଦେଇଛନ୍ତି l ମାଓବାଦୀଙ୍କୁ କରୋନା ସଂକ୍ରମଣ ହେବା ଓ ପ୍ରାଣ ହରାଇବା ପରେ ନିରୀହ ଆଦିବାସୀ ଲୋକଙ୍କୁ ନେଇ ଚିନ୍ତା ବଢିଛି । ସାଧାରଣ ଲୋକଙ୍କୁ ଯେପରି ସଂକ୍ରମଣ ନହୁଏ ସେଥିପାଇଁ ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ବାନ କରିଥିଲେ ଏସପି ଅଭିଷେକ ପଲ୍ଲଭ ।

Comments
Loading...