ମାନବିକତାର ପରିଚୟ ଦେଲେ ମାଲକାନଗିରି SDPO ଓ ଜିଲ୍ଲା ପ୍ରଶାସନ

ମାଲକାନଗିରି ( କୋଶଲ ନ୍ୟୁଜ୍ ) ଘରକୁ ଫେରିବା ବେଳେ ଅଧା ରାସ୍ତାରେ କରିବାକୁ ପଡିଲା ଭାଇର ଶେଷକୃତ୍ୟ । ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ସ୍ଵର ବ୍ଲକ କୁମ୍ବୀ ଗ୍ରାମର ସୁଧୀର ରଞ୍ଜନ ବିଶ୍ବାଳ ଓ ତାଙ୍କ ଭାଇ ହାଇଦରାବାଦର ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ । ଲକଡାଉନ ଯୋଗୁଁ ଘରକୁ ଫେରିବା ସମୟରେ ଆନ୍ଧ୍ର ନିକଟରେ ଚିନ୍ତୁର ଠାରେ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା । କରୋନା ଯୋଗୁ ତାଙ୍କ ସବ ଚିନ୍ତୁରରେ ଥିଲା l ଏହି ଘଟଣା ଶୁଣିବା ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ମୋଟୁ ତହସିଲଦାର ଶଶାଙ୍କ କୁମାର ମିଶ୍ର ,SDPO ଅଂଶୁମାନ ଦିବେଦି, ମୋଟୁ ଥାନା ଅଧିକାରୀ, ଡାକ୍ତର ସୌରାଜ କୁମାର ବେହେରା , ବ୍ଲକ ଯନ୍ତ୍ରୀ ବସନ୍ତ କୁମାର ବେହେରା ଓ ଶିକ୍ଷକ ରଞ୍ଜିତ ସରକାର ଘଟଣା ସ୍ଥଳରେ ପହଞ୍ଚିଥିଲେ l ସେଠାରେ ତାଙ୍କର କରୋନା ଟେଷ୍ଟ କରିଥିଲେ l କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ସବକୁ ଚାରି କାନ୍ଦ ଦେବା ପାଇଁ ସେଠାରେ ତାଙ୍କର କୌଣସି ସମ୍ପର୍କୀୟ ନଥିଲେ l ଏହି ସମୟରେ ମାଲକାନଗିରି SDPO ଅଂଶୁମାନ ଦିବେଦି, ବଡ଼ ଭାଇ ଧୀରେନ୍ଦ୍ର ଓ ଅନ୍ୟ ଜଣେ ସବକୁ ଉଠାଇ ଓଡିଶା ଆଣିଥିଲେ l ପରେ ଓଡିଶା ଓ ଆନ୍ଧ୍ର ପୋଲିସ ପ୍ରଶାସନ ଉପସ୍ଥିତିରେ ଆନ୍ଧ୍ରର ସିଲେରୁ ବ୍ରିଜ୍‌ ନିକଟରେ ଥିବା ଏକ୍ ଜଙ୍ଗଲରେ ବଡ଼ ଭାଇ ଧୀରେନ୍ଦ୍ର ବିଶ୍ବାଳ PPE KIT ପିନ୍ଦି ଶବ ଦାହ କରିଥିଲେ ।

Comments
Loading...