ଆଜି ନୟାଗଡ଼ ଜିଲ୍ଲା ରଣପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ୪୫ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ଦ୍ୱିତୀୟ ଡୋଜ ଟୀକା ଦିଆଯାଇଛି

ରଣପୁର: (କୋଶଲ ନ୍ୟୁଜ୍) ଆଜି ନୟାଗଡ଼ ଜିଲ୍ଲା ରଣପୁର ସ୍ୱାସ୍ଥ୍ୟକେନ୍ଦ୍ରରେ 45ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ଦ୍ୱିତୀୟ ଡୋଜ ଟୀକା ଦିଆଯାଇଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ180 ଜଣଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି, ଉକ୍ତ ଟୀକା କରଣକୁ ଉକ୍ତ ସ୍ୱାସ୍ଥ କେନ୍ଦ୍ରର ଡ଼କ୍ଟର ବୈଦ୍ୟନାଥ ନନ୍ଦ ,ଭ୍ୟାକସିନେଟର ଶ୍ରୀଦେବୀ ପଣ୍ଡା ଓ ଡି.ଇ.ଓ ସମରେନ୍ଦ୍ର ବରାଡ଼ ଙ୍କ ଉପସ୍ଥିତରେ ସୁଚାର ରୂପେ ଟୀକା କରଣ ସମ୍ପାଦନ ହୋଇଥିବା ଜଣାପଡିଛି, ଆଞ୍ଚଳିକ ସାମ୍ବାଦିକ ସଙ୍ଘ ରଣପୁର ର କିଛି ସାମ୍ବାଦିକ ଭାଇ ଓ ରଣପୁର ଅଂଚଳ ର କିଛି ଯୁବ ସମାଜ ସେବି ତଥା ଲିଙ୍ଗରାଜ ନାୟକ ଓ ଏଣ୍ଡୁ ସାମନ୍ତରାୟ ଲୋକ ମାନଙ୍କୁ ସହଯୋଗ କରିଥିଲେ . କିପରି ସୁବିଧା ରେ ଟୀକା ନେଇ ପାରିବେ ଲୋକ ମାନଙ୍କୁ ସହଯୋଗ କରିଥିଲେ ଆଗାମୀ ଦିନ ରେ ଅଧିକ ଟୀକା କରଣ କରାଯିବ ବୋଲି ଡ଼କ୍ଟର ନନ୍ଦ ସୂଚନା ଦେଇଥିଲେ ।।

Comments
Loading...