ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନକୁ ଆସି ସେ ବିଜେଡିରେ ମିଶିଛନ୍ତି। ଆଜି ସକାଳେ ସେ ବିଜେପି ଛାଡିଥିଲେ। ସୋସିଆଲ ମିଡିଆରେ ସେ ଇସ୍ତଫା ସୂଚନା ଦେଇଥିଲେ। ବିଜେଡିରେ ମିଶିବା ପ‌ରେ ଲେଖାଶ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୁଁ ଖୋଲା ହୃଦୟରେ ବିଜେଡିରେ ମିଶିଛି।  ଏଥିଲାଗି ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରୟାସ କରୁଛନ୍ତି। ବିକାଶ କାମରେ ଗୁଣ୍ତୁଚି ମୂଷାର ଭୂମିକା ନିର୍ବାହ କରିବାକୁ ଚାହୁଁଛି। ଫାଇଭ୍ ଟି ଅଧ୍ୟକ୍ଷ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କୁ ଧନ୍ୟବାଦ ଦେଇଛନ୍ତି। ଦୀର୍ଘ ୧୦ ବର୍ଷ ବିଜେପି ପାଇଁ ଶତ ପ୍ରତିଶତ ଦେଇଛି। ୧୦ ବର୍ଷ ପରେ ବି ବିଜେପିରେ ମୋର ଉଚ୍ଛା ପୂରଣ ହେଲାନି। ରାଜନୀତିକୁ ଆସିବା ଉଦ୍ଦେଶ୍ୟ ବିଜେପିରେ ପୂରଣ ହେଲାନି। ବର୍ତ୍ତମାନବିଜେଡିରେ ରହି ଓଡିଶାବାସୀଙ୍କ ସେବା କରିବି।

Comments
Loading...