ସାଇକେଲ ଚୋରୀ ଅଭିଯୋଗ : ଜଣେ କୋର୍ଟ ଚାଲାଣ ଓ ତିନୋଟି ସାଇକେଲ ଉଦ୍ଧାର

ପାଟଣାଗଡ(କୋଶଲ ନ୍ୟୁଜ୍) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ବେଳପଡ଼ା ବ୍ଲକ ଗମ୍ଭାରୀ ଗାଁରୁ ସାଇକେଲ ଚୋରୀ କରିବା ଅଭିଯୋଗ ରେ ଖପ୍ରାଖୋଲ ଥାନା ପୋଲିସ କଂସାପଲା ଗାଁର ମୁନା କୁମ୍ଭାର(୧୯) କୁ ଶନିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ଠାରୁ ତିନୋଟି ଚୋରୀ ସାଇକେଲ ଉଦ୍ଧାର ହୋଇଥିବା ଜଣାଯାଇଛି । ଅଭିଯୋଗ ଅନୁସାରେ, ଗମ୍ଭାରୀ ଗାଁର ସୁରଥ ସାହୁ ନିଜ ଘର ସମ୍ମୁଖରେ ନିଜ ସାଇକେଲ ରଖୁଥିବା ବେଳେ କେହି ଚୋରି କରିନେଇଥିଲେ । ପରେ ଖୋଜା ଖୋଜି ବେଳେ କଂସାପଲା ଗାଁର ମୁନା କୁମ୍ଭାର ଚୋରି କରିଥିବା ଜାଣି ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ଅଭିଯୁକ୍ତ ମୁନାକୁ ଗିରଫ କରିବା ସହିତ ତିନୋଟି ସାଇକେଲ ଉଦ୍ଧାର କରିଥିବା ବେଳେ ଖପ୍ରାଖୋଲ ଥାନା କେସ ନମ୍ବର୍ ୯୫/୨୦୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧୂକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

Comments
Loading...