ସୁରକ୍ଷିତ ତୁମ ସୁରକ୍ଷିତ ହାମ ଅଭିଯାନ”ସଂପର୍କରେ ଆଜି ଭିରଚୁଆଲ ମିଟିଙ୍ଗ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ଶନିବାର ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ ପିରାମିଲ ଫଉଣ୍ଡସନ ର ପ୍ରଜେକଟ ଡାଇରେକଟର ପୁନିତ ନୂତନ ଏବଂ ନବରଙ୍ଗପୁର ଜିଲ୍ଲାର ଦାୟିତ୍ୱରେ ଥିବା କୋ ଓଡ଼ିନେଟର ଜିତେଶ ପାଣ୍ଡେ ,ଜିଲ୍ଲାର ଜିଲ୍ଲାପାଳ, ଏବଂ ଜିଲ୍ଲାର ୧୭ ଗୋଟି NGO ଙ୍କ ସହିତ ବିତ୍ସୃତ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ସହିତ ଯେଉଁ ୧୭ ଜଣ NGO ବର୍ତ୍ତମାନ ପରିସ୍ଥିତିରେ କୋଭିଡ-୧୯ ର ନିୟମପାଳନ କରିବା ପାଇଁ, ଟ୍ରେନିଙ୍ଗ କରିବା ପାଇଁ, ଟେଶଟିଙ୍ଗ କରିବା ପାଇଁ ତଥା Treating (Vaccination) କରିବା ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ତାହାର ଉପସ୍ଥାପନା କରାଯାଇଥିଲା । Piramil Foundation ର Volunteer ମାନେ ଜିଲ୍ଲା ପ୍ରଶାସନ ତଥା ବର୍ତ୍ତମାନ କାମ କରୁଥିବା NGO ମାନଙ୍କର ସହାୟତା ନେଇ କେମିତି ତୃଣମୂଳ ସ୍ତରକୁ ଯାଇ ଲୋକଙ୍କୁ କୋଭିଡ ୧୯ ବିଷୟରେ ବୁଝାଇ ପାରିବେ ଏବଂ ହୋମ ଆଇସୁଲେସନରେ ରହିଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ପାରିବ, କିପରି ଭଲ Treatment ଦିଆଯାଇପାରିବ ଏବଂ ବିଶେଷ କରି ଆମେ ସମସ୍ତେ କିପରି ସୁରକ୍ଷିତ ରହିପାରିବା, ତାହା ଉପରେ ଖସଡା ପ୍ରସ୍ତୁତ ହୋଇ ଆଗାମୀ ଦିନରେ କାର୍ଯ୍ୟ କରିବାପାଇଁ ଆଲୋଚନା କରାଯାଇଥିଲା । ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ ୪ ଗୋଟି ପ୍ରକଳ୍ପ ।ଯଥା :- ୧) e-Nam, ୨) Smart Class Room, ୩) Micro Irrigation ଏବଂ ୪) Anemia Mukta Block ର ସଫଳ ରୂପାୟନର ସହଭାଗିତାର ଯେଉଁ କାମ ହୋଇଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ ହୋଇପାରିଛି ସେ ବିଷୟରେ ଆଲଚନା ହେଲା ।

Comments
Loading...