ଶିଶୁ ଶ୍ରମିକ ସମାପ୍ତ କରନ୍ତୁ

ମାଲକାନଗିରି ( କୋଶଲ ନ୍ୟୁଜ୍) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ତରଫରୁ ଆଇନ ସଚେତନତା ଶିବିର ଆଦ୍ୟ ତା ୧୨-୦୬-୨୦୨୧ ରିଖରେ “ବିଶ୍ଵ ଶିଶୁ ଶ୍ରମିକ ବିରୋଧରେ ଦିବସ” ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟlର ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ, ଏବଂ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟାପକ ତଥା ସ୍ଵେଛାସେବୀ ଡାଃ ରଞ୍ଜନ କୁମାର ସ୍ଵାଇଁ ଉକ୍ତ ଅନଲାଇନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଚେତନ କରିଛନ୍ତି। ସମଗ୍ର ଭାରତ ବର୍ଷରେ ଶିଶୁ ଶ୍ରମିକ ବିରୋଧରେ ସଚେତନତା ସୃଷ୍ଟି କରିବା ବର୍ତ୍ତମାନ ସରକାରଙ୍କର ଏକ ଆୱାନ । ଅଧିକାଂଶ ଶିଶୁ ଶ୍ରମିକ କୃଷି କାର୍ଯ୍ୟରେ ନିୟୋଜିତ ଏବଂ ଅନେକ ସ୍ଥାନରେ ନିକୃଷ୍ଟ ଧରଣର କାମ କରିଥାନ୍ତି । ସେମାନେ ବେଠି ଭାବେ କାମ କରିବା ଠାରୁ ଆରମ୍ଭ କରି ନିଶା କାରବାର, ବେଶ୍ୟାବୃତ୍ତି ବଳି ବେଆଇନ କ୍ଷେତ୍ରରେ ନିୟୋଜିତ କରିଥାନ୍ତି l ସେମାନଙ୍କୁ ଶାରୀରିକ, ମାନସିକ ସଦୃଢ ହେବା ଦରକାର ତେଣୁ ଶିଶୁଙ୍କୁ ପର୍ଯ୍ୟାପ୍ତ ଶିକ୍ଷା , ସ୍ୱାସ୍ଥ୍ୟସେବା, ବିଶ୍ରାମ, ସ୍ବାଧିନତା ଦରକାର ବୋଲି ଏହି କାର୍ଯ୍ୟକ୍ରମରେ ସମସ୍ତ କଲେଜ ଛାତ୍ରଛାତ୍ରୀ, ଯୁବବର୍ଗଙ୍କୁ ଆଲୋକପାତ କରିଥିଲେ । ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇବା ଏକ ଅପରାଧ ଏବଂ ଯେଉଁମାନେ ବ୍ୟତିକ୍ରମ କରିବେ ଆଇନ ଅନୁସାରେ ଦଣ୍ଡିତ ହେବେ। ତେଣୁ ଏହି ବର୍ଷରେ ସମସ୍ତେ ଏକତ୍ରିତ ହୋଇ 2021କୁ ଶିଶୁ ଶ୍ରମିକରୁ ନିର୍ମୂଳିତ କରିବା ଏହାର ଉଦ୍ଧେଶ୍ୟ ।

Comments
Loading...