ରୋଗୀଙ୍କୁ ଦେବା ପରିବର୍ତ୍ତେ ଗାତ ଖୋଳି ପୋତିଦେଲେ ଔଷଧ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ପଡିଆ ମେଡିକାଲର ଅବ୍ୟବସ୍ଥା ଗାତ ଖୋଳି ପୋତିଦେଲେ ଲକ୍ଷାଧିକ ଟଙ୍କାର ଔଷଧ। ସରକାରୀ ଯୋଜନାରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ବିନା ମୂଲ୍ୟରେ ଔଷଧ ଯୋଗାଇ ଦିୟାଯାଉଛି l ମାତ୍ର ଏହି ଔଷଧକୁ ରୋଗୀଙ୍କୁ ଦେବା ପରିବର୍ତ୍ତେ ଗାତ ଖୋଳି ପୋତି ଦିୟାଯାଉଛି l ମିଳିଥିବା ସୂଚନା ଅନୁସାରେ ଗତକାଲି ମେଡ଼ିସିନ ପୋତିଦେବାର ଦେଖି ଜଣେ ଯୁବକ ନିଜ ମୋବାଇଲରେ ଏକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ।ମେଡିକାଲରେ ଗରିବ ଲୋକଙ୍କ ପାଇଁ ମହଜୁଦ୍ ଥିବା ଲକ୍ଷାଧିକ ଟଙ୍କାର ମେଡ଼ିସିନ ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇବା ପରିବର୍ତେ ଏକ୍ସପାରୀ ହୋଇଯାଇଥିବା ଦର୍ଶାଇ ଗାତ ଖୋଳି ସବୁ ପୋତି ଦିଆଯାଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ଆଜି ମାଲାକନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଡିଏମ ଓ ଶିବ ପ୍ରସାଦ ମହାରଣା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ ଜାରୀ ରହିଛି ସତ୍ୟାସତ୍ୟ ଜଣାପଡିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିଏମ ଓ ଶ୍ରୀ ମହାରଣା କହିଛନ୍ତି।

Comments
Loading...