ଡମଝର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଵାଗତଂ ଗେଟ ନିର୍ମାଣ ନେଇ ଦାବି

ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଡମଝର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକ ୫ ବର୍ଷ ପୂର୍ବରୁ ଭାଙ୍ଗି ଯାଇଥିବା ବେଳେ ମରାମତି କରା ଯାଉ ନ ଥିବା ଅଭିଯୋଗ ହୋଇଛି। ଯୋଗାଣ ହେଉଥିବା ରାସନ ସାମଗ୍ରୀ ଗାଡ଼ିରେ ଗ୍ରା ପ କୁ ଆସିଲା ସମୟରେ ସମସ୍ୟା ଦେଖାଯାଉଅଛି।ଫାଟକ ଅଭାବରେ କାର୍ଯ୍ୟାଳୟର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ବୁଲା କୁକୁର ଓ ଗାଈ ଗୋରୁ ପଶି କାର୍ଯ୍ୟାଳୟ ପରିସରକୁ ମଇଳା କରିଦେଉଛନ୍ତି।ମୁଖ୍ୟ ଫାଟକ ଖୋଲା ରହୁ ଥିବାରୁ ଅସାମାଜିକ ଲୋକେ ଆଡ୍ଡା ଜମାଉଥିବା ଜଣା ପଡିଛି।ବ୍ଲକ ଓ ଜିଲ୍ଲା ପ୍ରଶାସନର ଅନେକ ଉଚ୍ଚାଧିକାରୀ ଏହି ପଞ୍ଚାୟତକୁ ଅନେକ ଥର ପରିଦର୍ଶନରେ ଆସିଥାନ୍ତି, କିନ୍ତୁ କାହାରି ଦୃଷ୍ଟି ମୁଖ୍ୟଦ୍ୱାର ଉପରେ ନ ପଡିବା ଦୁର୍ଭାଗ୍ୟଜନକ ବୋଲି ଲୋକେ ମତ ଦେଉଛନ୍ତି।ଜିଲ୍ଲାର ଅନେକ ଗ୍ରା ପ କାର୍ଯ୍ୟାଳୟର ପ୍ରବେଶପଥରେ ସ୍ଵାଗତଂ ଫାଟକ ନିର୍ମାଣ ହେଉଥିବା ବେଳେ ଡମଝର ଗ୍ରା ପ ରେ ମଧ୍ୟ କାରାଯାଉ ବୋଲି ଗ୍ରାମ ପଞ୍ଚାୟତବାସୀ ଦାବି କରିଛନ୍ତି।

Comments
Loading...