କମ୍ବିଙ୍ଗ ବେଳେ ୨୧୬- ସିଆରପିଏଫ ବେଟାଲିଏନ ଦ୍ଵାରା ମାଓ ସାମଗ୍ରୀ ଜବତ

ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡା ଜିଲ୍ଲା ବୋଡେନ ଥାନା ପାଟଦରହ ସଂରକ୍ଷିତ ଜଙ୍ଗଲରେ କୁଂମ୍ବି ବେଳେ ସିଆରପିଏଫ୍-୨୧୬ ବାଟାଲିୟନକୁ ଏକ ବଡ ଧରଣର ସଫଳତା ମିଳିଛି । ଆଜି ପାଟଦରହ ସଂରକ୍ଷିତ ଜଙ୍ଗଲରେ କୁଂମ୍ବି କରୁ ଥିବା ବେଳେ କନ୍ଦେନଝରିଆ ଗାଁ ନିକଟରେ ଏକ ମାଓ କ୍ୟାଂପ ଠାବ କରି ଥିଲେ । କ୍ୟାମ୍ପରୁ ବହୁ ପରିମାଣର ବିସ୍ପୋରକ ସହ ୨୫ ଟି ଜିଲାଟିନ, ୩୬ ଟି ଡେଟୋନେଟର , ୮ ଟି ଟିଫିନ ବମ୍ , ଗୋଟିଏ ବନ୍ଧୁକ ସହ ୪୨ ପ୍ରକାରର ସାମଗ୍ରୀ ଜବତ କରା ଯାଇଛି । କୁମ୍ବି ଅପରେସନ୍ ଜାରି ରହି ଥିବା ସିଆରପିଏଫ-୨୧୬ ଜଣାଇଛି

Comments
Loading...