ବୌଦ୍ଧ ରେ ଲଘୁଚାପ ଜନିତ ବର୍ଷା ଖୁସିରେ ଚାଷୀ

ବୌଦ୍ଧ (କୋଶଲ ନ୍ୟୁଜ୍) ବହୁତ ଦିନ ପରେ ଗତ କାଲି ରାତିରେ ଲଘୁଚାପ ଜନିତ ବର୍ଷା ରେ ବୌଦ୍ଧ ଜିଲ୍ଲା ରେ ଚାଷୀ ମନରେ ଖୁସି ଭରି ଦେଇଛି | ଆରମ୍ଭରୁ ନିଅଣ୍ଟିଆ ବୃଷ୍ଟି ଯୋଗୁଁ ଚାଷୀ ମାନେ ହତାଶ ରେ ବସିରହିଥିଲେ କିନ୍ତୁ କାଲି ରାତିରେ ହୋଇଥିବା ବର୍ଷା ସମଗ୍ର ଜିଲ୍ଲା ରେ ଖୁସି ଖେଳେଇ ଦେଇଛି | ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ସ୍ଥାନରୁ ମିଳିଥିବା ସୂଚନା ଅନୁସାରେ ଅତି ପ୍ରବଳ ବର୍ଷା ହୋଇଛି ଏବଂ ସବୁ ଆଡେ ଜଳ ମଗ୍ନ ହୋଇଛି | ଏହି ଲଘୁଚାପ ଜନିତ ବର୍ଷା କୃଷକ ମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି | ଏପରି ବର୍ଷା ଆଗକୁ ମଧ୍ୟ ହେଲେ ଭଲ ଚାଷ କାମ ହୋଇ ପାରିବ ବୋଲି ଆଶା କରାଯାଉଛି | ଲଘୁଚାପ ଯୋଗୁଁ ଗତ କାଲି ରାତିରୁ ଏପର୍ଯ୍ୟନ୍ତ ବହୁତ ମାତ୍ରାରେ ବର୍ଷା ହେବା ସହ ଘଡଘଡି ବିଜୁଳି ମଧ୍ୟ ହେଉଛି କିନ୍ତୁ କ୍ଷୟ କ୍ଷତି ର ସୂଚନା ମିଳିପାରିନାହିଁ |

Comments
Loading...