ପୁଣି ତେଜିଲା ମାଁ ହୀରାନିଲା ସ୍ନାତକ +୩ ମହାବିଦ୍ୟାଳୟର ଅନିୟମିତତା ପ୍ରସଙ୍ଗ

ଲାଞ୍ଜିଗଡ,(କୋଶଲ ନ୍ୟୁଜ୍):ବିଶ୍ୱନାଥପୁର ସ୍ଥିତ ମାଁ ହୀରାନିଲା ସ୍ନାତକ ଡିଗ୍ରୀ ମହାବିଦ୍ୟାଳୟ ଘୋର ଅନିୟମିତତା ମଧ୍ୟ୍ୟରେ ଗତି କରୁଥିବା ଅଭିଯୋଗ ସାମ୍ନାକୁ ଆସୁଛି। ଯେଉଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ତାଙ୍କର ଭବିଷ୍ୟତ ଗଡ଼ିବା ଆଶା ନେଇଁ ଆସିଥାନ୍ତି ସେହି ଶିକ୍ଷା ଅନୁଷ୍ଠାନ ବର୍ତମାନ ବିବାଦ ମଧ୍ୟରେ ଟାଣି ହୋଇଯାଇଛି। ସୂଚନା ମୁତାବକ ଜଣେ ପୂର୍ବତନ ବିବାଦୀୟ ମନ୍ତ୍ରୀଙ୍କ ଚକ୍ରାନ୍ତ ଯୋଗୁଁ ଦୀର୍ଘ ତିନି ବର୍ଷ ପୂର୍ବରୁ ଉକ୍ତ କଲେଜରେ କାର୍ଯ୍ୟରତ ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ କୌଣସି କାରଣ ବଶତଃ ଚାକିରିରୁ ଅପସାରିତ କରାଯାଇଥିଲା। ସରକାରଙ୍କ ପକ୍ଷରୁ ପାଉଥିବା ନିୟମିତ ଦରମାକୁ ମଧ୍ୟ ବନ୍ଧ କରାଯାଇଥିଲା। ଏସମ୍ବନ୍ଧରେ ଶ୍ରୀ ସାହୁ ମାନ୍ୟବର ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ତ ହୋଇ ଏକ ପିଟିସନ ଦାଖଲ କରିଥିଲେ। ଫଳରେ ଜୁଲାଇ ୨୭/୨୦୨୩ ରେ ମାନ୍ୟବର ଉଚ୍ଚ ନିୟ୍ୟାଳୟ ଓଡ଼ିଶାଙ୍କ ପକ୍ଷରୁ ଏକ ନିର୍ଦେଶନାମା ଜାରିକରାଯାଇଥିଲା। ୭ ମାର୍ଚ୍ଚ ୨୪ରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସନ୍ନ କୁମାର ସାହୁ (ଡିଡିଓ)କ୍ଷମତାକୁ ଅପବ୍ୟବହାର କରୁଥିବା ନେଇ ଉପଜିଲ୍ଲାପାଳଙ୍କ କଳାହାଣ୍ଡି ଏବଂ ଡେପୁଟି ଡାଇରେକ୍ଟରଙ୍କୁ ଏସମ୍ବନ୍ଧରେ ଚିଠି କରି ଉତ୍ତର ମଗାଯାଇଥିଲା। ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଏକ ନିର୍ଦେଶ ନାମା ଜାରିକରାଯାଇଥିଲା ଯେଉଁଥିରେ କି କଲେଜର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ସମସ୍ତ ଦରମା ଫେରେଇବା ପାଇଁ କଡ଼ା କଡ଼ି ନିର୍ଦେଶ ଦିଆଯାଇଥିଲା। ଫଳରେ ଭୁବନେଶ୍ୱର ଉଚ୍ଚ ଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ଉପଜିଲ୍ଲାପାଳ ଏବଂ ମାଁ ହୀରାନିଲା କଲେଜ ଗଭର୍ନିଙ୍ଗ ବଡିର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ କୁମାର ସାହୁଙ୍କୁ ଚିଠି କରି ଚାକିରୀର ସବିଶେଷ ବିବରଣୀ ଏବଂ ସମସ୍ତଦରମା ଦେବା ପାଇଁ ଚିଠିରେ ଉଲେଖ କରିଥିଲେ। ହେଲେ ଆଜକୁ ୮ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ଉପଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ମାଁ ହୀରାନିଲା ସ୍ନାତକ +୩ ମହା ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ସରକାରଙ୍କ ଦ୍ୱାରା ଅନୁମୋଦିତ ଅଧ୍ୟକ୍ଷ ନହୋଇ ମଧ୍ୟ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଦରମା ପ୍ରଦାନ କରୁଥିବା ବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ନିର୍ଦେଶ ସତ୍ୱେ କଣ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏବଂ ଉପଜିଲ୍ଲାପାଳ ଭବାନୀପାଟଣା ପୂର୍ବତନ ସରକାରୀ ଅନୁମୋଦିତ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଦରମା ପ୍ରଦାନ ତଥା କାର୍ଯ୍ୟରେ ନିଯୁକ୍ତି ସମ୍ବନ୍ଧୀୟ ଆଦେଶ ପ୍ରଦାନ କରିବାକୁ କୁଣ୍ଠାବୋଧ କରୁଛନ୍ତି। ତେବେ ଏହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କଲେଜ ବିବାଦର ସମାଧାନ କଲେ ଏହି ମହାବିଦ୍ୟାଳୟରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହେବ ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।ଏହାକୁ ନେଇ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କୁ ପଚାରିବାରୁ ସେ ସିଧାସଳଖ ପ୍ରତିକ୍ରିୟା ପାଇଁ ମନା କରିଥିଲେ।

ରିପୋର୍ଟ – ମଳୟ ବେନୁଆଁ (ରାହୁଲ୍)

Comments
Loading...