ଟ୍ରକ ଧକାରେ ଭାଙ୍ଗିଲା କୋଳସି ମଣ୍ଡପ ଗେଟ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ କାର୍ଯ୍ୟରତ 5ଜଣ ଶ୍ରମିକ

ନବରଙ୍ଗପୁର :-ଡାବୁଗାଁ ରେ କୋଳସି ଯାତ୍ରା ପାଈଁ କାମ ଚାଲିଛି ଏଵଂ ଗତକାଲି ରାତ୍ରି 12.30 ପରେ ଏକ ଟ୍ରକ ଦ୍ରୁତଗତିରେ ଆସି ତିଆରି ହେଉଥିବା ଗେଟକୁ ଧକା ଦେବା ଫଳରେ ମଣ୍ଡପ ସମ୍ପୂର୍ଣ୍ଣ ଉଜଡି ଯାଇଥିଲା ଏଵଂ ସେହି ସ୍ଥାନରେ କାର୍ଯ୍ୟରତ 5 ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣା ପରେ କୋଳସି ଯାତ୍ରା କମିଟି ଏଵଂ ଗ୍ରାମବାସି ମାନେ ପୋଲିସକୁ ସୂଚାନ ଦେଇଥିଲେ। ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଟ୍ରକ ନ:- OD 24E 6779କୁ ଜବତ କରି ଟ୍ରକ ଡ୍ରାଇଭର ଏଵଂ ହେଲପରକୁ ସଖାଳ 7 ଘଣ୍ଟା ସମୟରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହି ଟ୍ରକ ନୀଳଗିରି କାଠ ଲଡକରି ଡାବୁଗାଁ ରାସ୍ତା ଦେଇ ମୈଦଲପୁର ଅଭିମୁଖେ ଯାଉଥିଲା। ଦୁର୍ଘଟଣାର ସଠିକ କାରଣ ଜଣା ପଡି ନାହିଁ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡିବ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...