ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

ପାଟଣାଗଡ : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଏହି ଥାନା ଅନ୍ତର୍ଗତ ପାଚେର ଗ୍ରାମର ଚୈତନ୍ୟ ନାଗ ଓ ଉକ୍ତ ଗ୍ରାମର ଅନିଲ ନିଆଲଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । କୌଣସି ଏକ ବିଷୟକୁ ନେଇ ବୁଧବାର ରାତି ୯ ଟାରେ କୌଣସି ଏକ କଥାକୁ ନେଇ ଅନିଲ ଓ ଚୈତନ୍ୟଙ୍କ ମଧ୍ୟରେ ବଚସା ହୋଇ ପରେ ଉଗ୍ରରୁପ ଧାରଣ କରିଥିଲା । ଅଭିଯୁକ୍ତ ଅନିଲ ଚୈତନ୍ୟଙ୍କ ବେକ କୁ ଚିପି ଜୀବନରେ ମାରିଦେବାକୁ ଚେଷ୍ଟା କରୁଥିଲା ବୋଲି ଚୈତନ୍ୟ ଖପ୍ରାଖୋଲ ଥାନାରେ ଗୁରୁବାର ଲିଖୂତ ଅଭିଯୋଗ କରିଥିଲେ । ଏନେଇ ପୋଲିସ କେସ ନଂ. ୧୦୪/୨୦୨୪ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଶୁକ୍ରବାର ସକାଳ ସମୟରେ ଅଭିଯୁକ୍ତ ଅନିଲ ଗ୍ରାମରେ ବୁଲୁଥିବା ବେଳେ ଖବରପାଇ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପୋଲିସ ଟିମ ସହ ଗ୍ରାମରେ ଅତର୍କିତ ଚଢାଉ କରି ଅଭିଯୁକ୍ତ ଅନିଲକୁ ଗିରଫ କରି ଭାରତୀୟ ପେନାଲ କୋର୍ଡ ର ଧାରା ୩୪୧/୩୨୩/୩୦୭/୫୦୬ ଅଧିନିୟମ ଅନୁଯାୟୀ ଅଭିଯୁକ୍ତ କୁ ପାଟଣାଗଡ଼ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କେସ ତଦନ୍ତକାରୀ ଅଧିକାରୀ ଲିଙ୍ଗରାଜ କିଷାନ ପ୍ରକାଶ କରିଛନ୍ତି ।

Comments
Loading...