ଗରିବ ଅସହାୟ ଓ ଭିନ୍ନକ୍ଷମ ବେସାହାରାଙ୍କ ସାଥି ନିଲେଶ ନାୟକ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମର ନିଲେଶ ଅନିରୁଦ୍ଧ ନାୟକ ନିଶା ହେଉଛି ସମାଜସେବା ତା ସହିତ ଟ୍ବିଟର ମାଧ୍ୟମରେ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା। ଖାଲି ସେତିକି ନୁହେଁ ତା ସଙ୍ଗେ ସଙ୍ଗେ ଯେତେବେଳେ ଯାହାକୁ ରକ୍ତର ଆବଶ୍ୟକ ପଡ଼ିଲେ ସେ ସାଙ୍ଗେ ସାଙ୍ଗେ ଯୋଗାଡ଼ କରି ଦେଇଥାନ୍ତି। ପହଞ୍ଚି ଯାଆନ୍ତି ରୋଗୀଙ୍କ ପାଖକୁ। ବର୍ତ୍ତମାନ ଟ୍ବିଟର ମାଧ୍ୟମରେ ଅନେକ ଲୋକଙ୍କ ସମସ୍ୟାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଟ୍ବିଟ କରି ଚର୍ଚ୍ଚାକୁ ଆସିଛନ୍ତି। ଯେ କୌଣସି ସମସ୍ୟାର ସମାଧାନ କରିକି ଦେଖାଉଛି ନିଲେଶ ଅନିରୁଦ୍ଧ ନାୟକ। କିଛି ଦିନ ତଳେ ୯୦% ପ୍ରତିଶତ ଭିନ୍ନକ୍ଷମ ପାର୍ବତୀ ସାହୁଙ୍କୁ ଭେଟି ଭଲମନ୍ଦ ବୁଝିଥିବା ଦେଖିବାକୁ ମିଳିଛି। ତା ପୂର୍ବରୁ ମଧ୍ୟ ସେଣ୍ଢା ଜରାଶ୍ରମ ରେ ଥିବା ବୃଦ୍ଧବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ଓ କିଛି ଶୁଖିଲା ଖାଦ୍ୟ ଦେବା ଏବଂ ଏହା ପୂର୍ବରୁ ମଧ୍ୟ ଅନୁଗୋଳ ଜିଲ୍ଲା ତାଳଚେର ଟିପୋ ଗାଁ ରେ ରହୁଥିବା ସିକିଲିନ ରୋଗୀ ସାରଦା ଦେହୁରୀ ଙ୍କୁ ମଧ୍ୟ ଭେଟି ସରକାରୀ ସୁବିଧା ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ଖଜୁରୀଆନାଳୀ ରେ ଥିବା ଭିନ୍ନକ୍ଷମ ପରିବାର ଙ୍କୁ ମଧ୍ୟ ସହଯୋଗ କରିଥିବା ଦେଖିବାକୁ ମିଳେ । ଦେବଗଡ଼ ଜିଲ୍ଲା ରେ ବେସ ଘରେଘରେ ପରିଚିତ ନିଲେଶ ନାୟକ। କୌଣସି ଟ୍ରାନ୍ସଫୋର୍ମର ବାଡ଼ ନାହିଁ କାହାର ଭତ୍ତା ହେଇନି କିଏ ରାସନ୍ କାର୍ଡ ରୁ ବଞ୍ଚିତ। କୌଣସି ରୋଗୀକୁ ସରକାରୀ ସହାୟତା ଦରକାର ଏସବୁ କାର୍ଯ୍ୟରେ ସହଯୋଗ କରୁଛନ୍ତି ନିଲେଶ ନାୟକ। କିଛି ଦିନ ତଳେ କଣିହାଁ ବ୍ଲକ ସାନତ୍ରିବିଡା ଗ୍ରାମର ବସନ୍ତ ବେହେରା,ବାପା ମା’ ନଥିବା ଯୁବକ ଦୁର୍ଘଟଣାରେ ଗୋଡ ଭାଙ୍ଗି ଯନ୍ତ୍ରଣା ରେ ଛଟପଟ ହେଉଥିବା କଣିହାଁ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ନିଜର ସମ୍ପର୍କିୟ ନଥିବାରୁ ମେଡିକାଲକୁ ସ୍ଥାନାସ୍ଥରିତ ହୋଇପାରୁ ନଥିଲା । କିଭଳି ଭାବରେ ଉତ୍ତମ ଚିକିତ୍ସା କରାଯାଇ ପାରିବ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଡ଼ାକ୍ତର ସୁମନ୍ତ କୁମାର ପଟେଲ ସାର ଙ୍କ ସହିତ ଆଲେଚନା କରିଥିଲେ। ପରେ ପରେ ଏଭଳି ଖବର ପାଇ କଣିହାଁ ଅଞ୍ଚଳର ସମାଜସେବୀ ଶ୍ୟାମସୁନ୍ଦର ଭାଇ ମଧ୍ୟ ପହଞ୍ଚି ଉକ୍ତ ରୋଗୀଙ୍କୁ ସହଯୋଗ କରିଥିଲେ। ଏଭଳି ଅନେକ ଖବର କୁ ଟ୍ବିଟ କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ନିଲେଶ ନାୟକ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମରେ ଜନ୍ମ ପିତା ଗୋକୁଳ ନାୟକ ଓ ମାତା ପ୍ରମିଳା ନାୟକଙ୍କ ଏକମାତ୍ର ପୁତ୍ର ନିଲେଶ ଅନିରୁଦ୍ଧ ନାୟକ। ଆଜି କାଲିର ଯୁବ ପୀଢ଼ି ଫେସବୁକ ଇନଷ୍ଟାଗ୍ରାମ ହ୍ବାଟସ୍ ଆପ ଓ ଅନ୍ୟ କେତେକ ବିଭିନ୍ନ ଆପ ବ୍ୟବହାର କରି ସମୟ ନଷ୍ଟ କରୁଥିବାବେଳେ ନିଲେଶ ଅନିରୁଦ୍ଧ ନାୟକ ସେହି ସୋସିଆଲ ମିଡ଼ିଆ ଆପ୍ଲିକେସନ ଜରିଆରେ ଅନେକ ଲୋକଙ୍କ ସମସ୍ୟାକୁ ସମାଧାନ କରୁଛନ୍ତି। ସକାଳ ହେଲେ ସେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ଖବର କୁ ଟ୍ବିଟ କରି ବିଭାଗୀୟ ଅଧିକାରୀଙ୍କୁ ଟ୍ୟାଗ କରି ଯଥା ଜିଲ୍ଲାପାଳ ତହସିଲଦାର ସରପଞ୍ଚ ମୁଖ୍ୟମନ୍ତ୍ରୀ ବିଡ଼ିଓ ୫ଟି ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମୁଖ୍ୟଙ୍କୁ ଟ୍ବିଟ କରି ସମସ୍ୟା ର ସମାଧାନ କରୁଛନ୍ତି ନିଲେଶ ନାୟକ। ତାଙ୍କର ଏଭଳି ସେବା କାର୍ଯ୍ୟ ଦେଖି କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡ଼ାଃ ଶ୍ରୀ ଯୁକ୍ତ ସୁମନ୍ତ କୁମାର ପଟେଲ ସମ୍ମାନୀତ କରିଛନ୍ତି। ନିଲେଶ କେବଳ ଦେବଗଡ଼ ଜିଲ୍ଲାର ନୁହେଁ ଓଡ଼ିଶାର ବିଭିନ୍ନ ଯାଗାକୁ ଯାଇ ଲୋକଙ୍କ ସମସ୍ୟାର ସମାଧାନ କରି ସାରିଛନ୍ତି। ଏଭଳି କାମ କଲେ ତାଙ୍କୁ ଆତ୍ମସନ୍ତୋଷ ସହ ଆନନ୍ଦ ଲାଗିଥାଏ ଏବଂ ଏଭଳି କାର୍ଯ୍ୟ ଆଗାମୀ ସବୁ ଦିନ ଜାରି ରହିବ ବୋଲି ସେ କହିଛନ୍ତିି। ତାଙ୍କର ଏଭଳି ସେବା କାର୍ଯ୍ୟ ଦେଖି ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି।

ରିପୋର୍ଟ: ପ୍ରଭାସିନୀ ନାୟକ (ଦେବଗଡ଼)

Comments
Loading...