ମାଓ କ୍ୟାମ୍ପରେ ଦିଆଯାଉଛି ଯୌନ ନିର୍ଯାତନା ! ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

ବୌଦ୍ଧ (କୋଶଲ ନ୍ୟୁଜ୍):- ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା । ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ ବଖାଣିଛନ୍ତି ମାଓ କ୍ୟାମ୍ପରେ କେମିତି ଦିଆଯାଉଥିଲା ଯୌନ ନିର୍ଯାତନା । ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ ବଖାଣିଛନ୍ତି ମାଓ କ୍ୟାଂପରେ କେମିତି ଦିଆଯାଉଥିଲା ଯୌନ ନିର୍ଯାତନା ।ଉଭୟ ମହିଳା ମାଓବାଦୀ KKBN ଡିଭିଜନ ମହାନଦୀ ଏରିଆ କମିଟିର ସଦସ୍ୟ ଥିଲେ । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଛତିଶଗଡ଼ ବିଜାପୁର ଅଞ୍ଚଳର । ୫ ବର୍ଷ ତଳେ ଏମାନେ ମାଓ କ୍ୟାମ୍ପରେ ସାମିଲ୍ ହୋଇଥିଲେ । ଅନ୍ୟପଟେ ଗତ ଦୁଇଦିନ ତଳେ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିଲା ।


କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କାମ୍ବିରୀକିଆ ଜଙ୍ଗଲରେ କୁମ୍ବିଂ ବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିଲା । ତାର ନାଁ ହେଲା ଦସରୁ । ସେ KKBN ସଂଗଠନର ଡିଭିଜିନାଲ କମାଣ୍ଡର ଥିଲା। ତା’ର ଘର ଛତିଶଗଡ଼ରେ । ତା ନାଁରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୨୦ରୁ ଅଧିକ ମାମଲା ଥିଲା । ସେ ଅନେକ ହତ୍ୟା, ହିଂସାକାଣ୍ଡ ଓ ଜଳାପୋଡ଼ାରେ ସଂପୃକ୍ତ ଥିବା ପୋଲିସ କହିଥିଲା । ପରେ କମ୍ବିଂ ଅପରେସନ୍‌ ବେଳେ ମାଓବାଦୀ ଓ ପୋଲିସ୍‌ ଗୁଳି ବିନିମୟରେ ଜଣେ DVF ଯବାନ ମଧ୍ୟ ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା ।

Comments
Loading...