ଗଞ୍ଜେଇ ବୋଝେଇ ଟାଟା ସୁମୋ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତିଲେ ଦୁଇ ଦୋକାନୀ

ପାଟଣାଗଡ ୦୯/୦୩ (କୋଶଲ ନ୍ୟୁଜ୍) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଚଚରାଭଟା ଗ୍ରାମର ଦୋକାନ ଘରେ ଗୁରୁବାର ମଧ୍ୟ ରାତ୍ର ସମୟରେ ଏକ ଟାଟା ସୁମୋ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳୁଛି । ଘଟଣା ସ୍ଥଳରେ ଲାଠୋର ଥାନା ଅଧିକାରୀ ରାକେଶ ବେହେରା ପହଞ୍ଚି ଘଟଣା ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ପ୍ରକାଶ ଯେ, ଘୁନସର ଗ୍ରାମ ପଟୁ ଚଚରାଭଟ୍ଟା ଗ୍ରାମ ରାସ୍ତା ଦେଇ ଛତିଶଗଡ଼ ରାଜ୍ୟ ପଟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କୌଣସି କାରଣ ରୁ ଟାଟା ସୁମୋ ଗାଡ଼ି ନମ୍ବର ଓରିଶା ୦୩ ଏଫ୍ ୩୬୨୩ ଟି ଦୋକାନ ଘରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଲାଠୋର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ିରେ ବିପୁଳ ପରିମାଣ ର ଗଞ୍ଜେଇ ପେକେଟ ରହିଥିବା ପୋଲିସ ସୂତ୍ର ରୁ ଜଣା ପଡ଼ିଛି । ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ପ୍ରକାଶ କରିଛି ।

Comments
Loading...