ଓଲଟି ପଡିଲା ଟ୍ରାକ୍ଟର, ୩୦ରୁ ଉର୍ଦ୍ଧ୍ବ ଗୁରୁତର

ତୁମୁଡିବନ୍ଧ(କୋଶଲ ନ୍ୟୁଜ):-ଶିବରାତ୍ର ହେଲା କାଳ l କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ରୁ ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ଭୋର ସକାଳ ସମୟରେ ଓଲଟିଲା ଟ୍ରାକ୍ଟର l ଝିରିପାଣି ଓ ଆଖପାଖ ଗ୍ରାମର ୩୦ ରୁ ଉର୍ଦ୍ଧ ଶିଶୁ,ବୃଦ୍ଧ ବୃଦ୍ଧା, ମହିଳା ପୁରୁଷ ଗୁରୁତର l ଆହତଙ୍କ ମଧ୍ୟରୁ ଅଧିକାଂଶ ଝିରିପାଣି ନିକଟସ୍ଥ ଶିକକି ଗ୍ରାମର ହୋଇଥିବା ସ୍ପଷ୍ଟ ହୋଇଛି l ବେଲଘର ଥାନା ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ଯବାନ ମାନେ ପ୍ରଥମେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିଥିଲେ l ସମସ୍ତ ଆହତଙ୍କୁ ପ୍ରଥମେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ଏହି ଦୁର୍ଘଟଣା ଖବର ପ୍ରଚାର ହେବା ପରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏକ ପ୍ରକାର ଲୋକାରଣ୍ୟ ହୋଇଯାଇଥିଲା l ତୁମୁଡିବନ୍ଧ ଅଞ୍ଚଳର ବହୁ ଯୁବକ ସଂଗଠନ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଡାକ୍ତରୀ ଦଳଙ୍କୁ ସହଯୋଗ କରିଥିଲେ l ବିଜୁ ଜନତା ଦଳରୁ ଯୋହନ ବାରିକ, ବେଲାଳସେନ ପରାସେଠ୍, ଧର୍ମପଦ ନାୟକ,ରାମକୃଷ୍ଣ ଚାନ୍ଦ,ମଣ୍ଟୁ ନାୟକ, ଶଙ୍କର ବଡ଼ନାୟକ ଓ ରବୀନ୍ଦ୍ର ପାତ୍ର ଏବଂ ଅନ୍ୟ ସ୍ବେଛାସେବୀ ଗଣ ଉପସ୍ଥିତ ଥିଲେ l ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ହରପାଲ ଓ ଅତିରିକ୍ତ ତହସିଲଦାର ସୁନୀଲ କୁମାର ନାୟକ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ତତ୍ପରତା ଦେଖାଇଥିଲେ l ୨ ଜଣ ଶିଶୁ ଓ ଜଣେ ବୃଦ୍ଧା ମହିଳା ଓ ଅନ୍ୟଜଣେ ମହିଳାଙ୍କୁ ଗୁରୁତର ଥିବାରୁ ବ୍ରହ୍ମପୁର ଏମ କେ ସି ଜି ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି l
ରିପୋର୍ଟ – ପବିତ୍ର ଦିଗାଳ

Comments
Loading...