ମିଶନ ଗୃହରେ ଗଳିଲା ପାଣି : ପ୍ରଶାସନ ର ଅବହେଳା

ପାଟଣାଗଡ ୧୬/୪ (କୋଶଲ ନ୍ୟୁଜ୍) : ଗତ ୨୦/୦୮/୨୩ ରେ ମିଶନ ଶକ୍ତି ଗୃହ ରେ ପାଣି ଝରୁଥିବା ସଂକ୍ରାନ୍ତ ଖବର ପ୍ରସାରଣ ପରେ ତରବରିଆ ଭାବରେ ବ୍ଲକ ପ୍ରଶାସନ ଜରି ରେ ସିଲଂ କରି ପାଣି ରୋକି ବାକୁ ବ୍ୟବସ୍ଥା କରିଥିଲେ କିନ୍ତୁ ଜରି ସିଲଂ ବେଶୀ ଦିନ ତିଷ୍ଠି ରହିନପାରି ଏବେ ଗତ କିଛି ଦିନର ଅଦିନିଆ ବର୍ଷା ରେ ପୁଣି ପାଣି ଗଲୁଥିବାର ଦେଖିବାକୁ ମିଳୁଛି ।

ସୂଚନା ଯେ, କାଫେ କୁ ନିର୍ମାଣ କରିଥିବା ଠିକା ସଂସ୍ଥା କେତେ ମାତ୍ର ରେ ନିମ୍ନମାନର କାମ କରି ନଥିବ ତା ସହିତ ପ୍ରଶାସନ, କୁଜି ନେତା ଓ ଏପରି କି ଉପରିଷ୍ଟ ନେତା ଙ୍କୁ ହାତଗୁଞ୍ଜା ଦେଇଥିବ ନହେଲେ ବର୍ଷେ ନ ପୂରୁଣୁ ଛାତ ର ଏପରି ଅବସ୍ଥା । ପ୍ରଶାସନ ଏହି ଦିଗରେ ବିଶେଷ ଧ୍ୟାନ ଦେଇ ତୁରନ୍ତ ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି ।

Comments
Loading...