ଅସଂଜତ ଅବସ୍ଥାରେ ଧରା ପଡିଲେ ମହିଳା “ଭିଡିଓ ଭାଇରାଲ” ପରେ ସଂପୂର୍ଣ୍ଣ ଘଟଣାର ମୋଡ଼ ବଦଳି ଗଲା

ନବରଙ୍ଗପୁର:-ଡାବୁଗାଁ ଥାନା ଅଞ୍ଚଳରେ ଗୋଟିଏ ଭିଡିଓ ଭାଇରାଲ ହେବାପରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି।ପରିବାରର ସମ୍ମାନ ପାଇଁ  ଦୁଇ ଭଉଣୀ ପରସ୍ପର ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।ଜଣେ ମନ୍ଦିର ପୂଜକଙ୍କ ସହ ବିବାହିତା ମହିଳାଙ୍କ ବହୁ ଦିନ ହେଲା ଅନୈତିକ ସଂପର୍କ ରହିଥିଲା।ଅବୈଧ ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ  ମହିଳାଙ୍କ ସାନଭଉଣୀ ଅନେକଥର ଉଦ୍ୟମ କରିବା ବିସଫଳ ହୋଇଥିଲେ। ଗୁରୁବାର ସକାଳେ ମନ୍ଦିର ପୂଜକଙ୍କୁ ଭେଟିବା ପାଇଁ ମହିଳା ଜଣକ ଯିବା ସମୟରେ ସାନଭଉଣୀ ନିଜ ସ୍ବାମୀଙ୍କ ସହ ପିଛା କରିଥିଲେ। ଗାଁ ନିକଟ ଏକ ଜମିରେ ବଡ଼ଭଉଣୀକୁ ଅସଂଜତ ଅବସ୍ଥାରେ ଦେଖି ସାନଭଉଣୀ ତୁରନ୍ତ ନିଜ ଭିଣୋଇକୁ ଖବର ଦେଇଥିଲେ। ପତ୍ନୀଙ୍କ ପରକୀୟପ୍ରୀତି ସଂପର୍କରେ ସୂଚନା ପାଇ ସ୍ଵାମୀ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଆକ୍ରମଣ ସମ୍ଭାବନା ଥିବାରୁ ସୁଯୋଗ ଦେଖି ମନ୍ଦିର ପୂଜକ ସେଠାରୁ ଚମ୍ପଟ ମାରିଥିଲା। ମହିଳାଙ୍କୁ ତାର ସ୍ଵାମୀ ଗାଳିଗୁଲଜ କରି ପିଟିବା ଆରମ୍ଭ କରିଥିବା ବେଳେ ସାନଭଉଣୀ ଏବଂ ତାଙ୍କ ସ୍ବାମୀ ପୂରା ଘଟଣାର ଭିଡିଓ କରିଥିଲେ।

ଭିଡିଓ ଭାଇରାଲ ହେବା ପରେ ସଂପୂର୍ଣ୍ଣ ଘଟଣାର ମୋଡ଼ ବଦଳି ଯାଇଥିଲା। ସମ୍ମାନହାନି କରିଥିବାରୁ ସାନଭଉଣୀ ଏବଂ ତାଙ୍କ ସ୍ଵାମୀଙ୍କ ବିରୋଧରେ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି। ସେହିପରି ସାନଭଉଣୀ ମଧ୍ୟ ନିଜ ବଡ଼ଭଉଣୀ ଏବଂ ଭିଣୋଇଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ସମ୍ମାନ ପାଇଁ ଦୁଇ ଭଉଣୀ ଏମିତି ମୁହାଁମୁହିଁ ହୋଇଥିବା ବେଳେ ଏହି ଘଟଣାର ମୂଳ କାରଣ ମନ୍ଦିର ପୂଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Comments
Loading...