ସରାଗୁଡା ବିଦ୍ୟାଳୟରେ ଶିକ୍ଷକ ଅନୁପସ୍ଥିତ ସ୍ୱତେ ଉପସ୍ଥାନ ଖାତାରେ ପଡୁଛି ହାଜିରୀ

ନବରଙ୍ଗପୁର:-ଡାବୁଗାଁ ବ୍ଲକ ସରାଗୁଡା ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଏହା ଶିକ୍ଷାବିଭାଗ ପାଇଁ ଏକ ହାସ୍ୟସ୍ପଦ ଘଟଣା | ବିଦ୍ୟାଳୟରେ ଅନୁପସ୍ଥିତ ରହି ପଉପସ୍ଥାନ ଖାତାରେ ପ୍ରତିଦିନ ପ୍ରଧାନ ଶିକ୍ଷକ ଉପସ୍ଥିତ ରହିଥିବା ଦର୍ଶାଯାଇଛି।ଏମିତି ଅନେକ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୌଣସି ଦରଖାସ୍ତ ନଦେଇ ମାସମାସ ଧରି ଅନୁପସ୍ଥିତ ରହୁଛନ୍ତି | କିନ୍ତୁ ଶିକ୍ଷକମାନଙ୍କ ଉପସ୍ଥାନ ଖାତାରେ ତାଙ୍କ ହାଜିରୀ ବରାବର ଚଢି ଚାଲିଛି |

ଏଥର କିନ୍ତୁ  ଧରାପଡି ଯାଇଛନ୍ତି ଆମ ପ୍ରତିନିଧିଙ୍କ ହାତରେ |ଆମ ପ୍ରତିନିଧି ନିୟୁଜ ସଂଗ୍ରହ କରିବାକୁ ଯାଇଥବା ବେଳେ ଗ୍ରାମବାସୀଙ୍କ ନିବେଦନରେ ସରାଗୁଡା ବିଦ୍ୟାଳୟ କୁ ଯାଇ ଦେଖିଲା ବେଳକୁ ବିଦ୍ୟାଳୟରେ କେବଳ ଜଣେ ସହ ଶିକ୍ଷକ ଅଛନ୍ତି |ପ୍ରଧାନ ଶିକ୍ଷକ ଏଵଂ ବାକି ଶିକ୍ଷକ କୁଆଡେ ଗଲେ ବୋଲି ପଚାରିବାରୁ ସେ ଉତ୍ତର ଦେଲେ ୭ଦିନ ହେବ ପ୍ରଧାନ ଶିକ୍ଷକ ଛୁଟିରେ ଅଛନ୍ତି |କିନ୍ତୁ ଉପସ୍ଥାନ ଖାତା ଦେଖିବା ବେଳେ ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ରହିଛି, ଯେଭଳି ସେ ପ୍ରତିଦିନ ନିଜ କାର୍ଯ୍ୟରେ ଉପସ୍ଥିତି ରହୁଛନ୍ତି ବଳି | ଉପସ୍ଥିତି ଥିବା ଶିକ୍ଷକଙ୍କୁ ଏବିଷୟରେ ପଚାରିବାରୁ  ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଭତ୍ରା ଛୁଟିରେ ଯିବା ପୂର୍ବରୁ ଉପସ୍ଥାନ ଖାତାରେ ଦସ୍ତଖତ କରିଥିବା ସୂଚନାଦେଇଥିଲେ | ଏବିଷୟରେ ବ୍ଲକ ଶିକ୍ଷାବିଭାଗକୁ କିଛି ଖବର ନାହିଁ ।ବର୍ତ୍ତମାନ ଡାବୁଗାଁ ବ୍ଲକରେ ଶିକ୍ଷକଙ୍କ ଅବହେଳାଯୋଗୁଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ |ପ୍ରଧାନ ଶିକ୍ଷକଙ୍କ ଏପରି କାର୍ଯ୍ୟକଳାପକୁ ଗ୍ରାମବାସୀ ଓ ବିଦ୍ୟାଳୟର ସହ ଶିକ୍ଷକମାନେ ଅତିଷ୍ଠ ହେଲେଣି ଏଵଂ ଉଚିତ ଦଣ୍ଡ ଦେବାସହ ତାଙ୍କର ବହିଷ୍କାର ଦାବୀ କରୁଛନ୍ତି |ବର୍ତମାନ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ନୂତନ ଭାବରେ ଜିଲ୍ଲା ଶିକ୍ଷା ବିଭାଗରେ ଦାୟିତ୍ୱ ନେଇଥିବା ଶିକ୍ଷା ଅଧିକାରୀ ସମ୍ପୃକ୍ତ ଶିକ୍ଷକଙ୍କ ଉପରେ କଣ ପଦକ୍ଷେପ ନେଉଛନ୍ତି।|

Comments
Loading...