ସାଇବର୍ ଠକେଇରେ ସାମ୍ବାଦିକ ସମ୍ପୃକ୍ତି।କଲିକତା ପୋଲିସ ର ରେଡ୍ । ସାମ୍ବାଦିକ ଫେରାର୍

ବାଲିଆପାଳ, ୧୭/୩(କୋଶଲ ନ୍ୟୁଜ): ସାଇବର୍ ଠକେଇଦ୍ବାରା ଦୈନିକ ଶହଶହ ଲୋକଙ୍କ ଟଙ୍କା ହଡପ୍ ହେଉଥିବା ଅଭିଯୋଗ ବଢ଼ିବାରେ ଲାଗିଥିବା ବେଳେ,ଜନୈକ ସାମ୍ବାଦିକ ଏହି ଠକେଇରେ ସମ୍ପୃକ୍ତି ଥିବା ନେଇ ବାଲିଆପାଳ ଓ ଲଙ୍ଗଳେଶ୍ବର ଅଞ୍ଚଳରେ ଚର୍ଚ୍ଚା ଯୋର୍ ଧରିଛି। ତେବେ ସୂଚନାରୁ ପ୍ରକାଶ କଲିକତା ସାଇବର ପୋଲିସର ଏକ ୬ଜଣିଆ ଟିମ୍ ଗତ ଗୁରୁବାର ଦିନ ସିଂଲା ଥାନା ପରେ ବାଲିଆପାଳ ଥାନା ଅଞ୍ଚଳରେ ତନାଘନା କରୁଥିବାର ଦେଖିବାକୁ ମିଳିଥିଲା। ୧ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ସମ୍ପୃକ୍ତ ଅଭିଯିକ୍ତ କୁ କଲିକତା ପୋଲିସ ଧରିବା ବିଫଳ ହୋଇଥିବା ପୋଲିସ ସୁତ୍ରରୁ ସୂଚନା ମିଳିଛି। ସଂପୃକ୍ତ ସାମ୍ବାଦିକ ଙ୍କ ରାଇପୁର ଘରେ ପୋଲିସ୍ ଟୀମ୍ ରାତିରେ ଚଢାଉ କରିଥିବା ବେଳେ ଜନୈକ ସାମ୍ବାଦିକ ଫେରାର୍ ହୋଇଥିବା ସୂଚନା ମିଳିଛି। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମର ବାଳକୃଷ୍ଣ ତ୍ରିପାଠୀ ଙ୍କ ପୁତ୍ର ରବୀରଞ୍ଜନ ତ୍ରିପାଠୀ ପୂର୍ବତନ ଲଙ୍ଗଳେଶ୍ବର ପ୍ରେସ୍ କ୍ଲବ୍ ର ସଭାପତି ତଥା ଲଙ୍ଗଳେଶ୍ବର ଦୈନିକ ଖବର କାଗଜ ସମାଜ ପ୍ରତିନିଧି ଭାବେ କାର୍ଯ୍ୟ ରତ ଥିବା ବେଳେ ଏକ କୋଟି ଟଙ୍କାର ସାଇବର ଠକେଇରେ ସମ୍ପୃକ୍ତି ନେଇ କଲିକତା ସାଇବର ପୋଲିସ ଖୁଜୁଥିବା ଦେଖିବାକୁ ମିଳିଥିଲା ।ଶ୍ରୀ ତ୍ରିପାଠୀ ଅନେକ ଦିନ ଧରି ଏହି ଠକେଇରେ ସାମିଲ ରହିବା ସହିତ ବହୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ସ୍ଥାନୀୟ ଲଙ୍ଗଳେଶ୍ବର ଅଞ୍ଚଳ ରେ ଚର୍ଚା ଯୋର୍ ଧରିଛି । ତେବେ ୧୨୦ବି,୪୧୯,୪୬୫,୪୬୭,୪୬୮,୪୭୧ଦଫା ଭଳି ସଂଗୀନ୍ ଦଫା ଲାଗିଛି । ତେବେ ଜନୈକ ସାମ୍ବାଦିକ ଙ୍କ ଏପରି ଠକେଇକୁ ସବୁ ମହଲରେ ନିନ୍ଦା କରାଯାଇଛି।

ତେବେ ସଂପୃକ୍ତ ସାମ୍ବାଦିକଙ୍କ ସାଶକଦଳ ନେତା ଓ ମନ୍ତ୍ରୀଙ୍କ ସହିତ ଗଭୀର ସଂପର୍କ ଥିବା ଜଣାଯାଇଛି। ତେବେ ଶ୍ରୀ ତ୍ରିପାଠୀ ଏବେ ଫେରାର ଥିବା ଜଣାପଡିଛି । ତେବେ ବାଲିଆପାଳ ଓ ଲଙ୍ଗଳେଶ୍ବର ଅଞ୍ଚଳରେ ଦିନକୁଦିନ ନକଲି ଏବଂ ଜାଲି ସାମ୍ବାଦିକ ଙ୍କ ସଂଖ୍ୟା ବଢିଥିବା ବେଳେ, ସେମାନଙ୍କ ଦୌରାତ୍ମ ବଢୁଥିବାରୁ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି। ତେବେ ଠକେଇରେ ସମ୍ପୃକ୍ତି ଥିବା ସାମ୍ବାଦିକ ରବିରଞ୍ଜନ ତ୍ରିପାଠୀ ସହ ଲଙ୍ଗଳେଶ୍ବର ତଥା ବାଲିଆପାଳର ଅନେକ ସାମ୍ବାଦିକ ସାମିଲ୍ ଥିବାକୁ ନେଇ ଚର୍ଚ୍ଚା ଯୋର୍ ଧରିଛି। ତେବେ ପୋଲିସ ତଥା କ୍ରାଇମବ୍ରାଞ୍ଚ ଏହାର ବିଧିବଦ୍ଧ ତଦନ୍ତ କରିବା ସହ ନକଲି ଓ ଜାଲି ସାମ୍ବାଦିକ ତଥା ସାମ୍ବାଦିକ ରବିରଞ୍ଜନ ତ୍ରିପାଠୀ ଙ୍କ ସହିତ ଆଉ କେଉଁ ସାମ୍ବାଦିକ ସଂପୃକ୍ତ ତାହା ଜଣାପଡ଼ିବା ସହ ବହୁ ଗୁମର ମଧ୍ୟ ପର୍ଦ୍ଦାଫାଶ ହୋଇପାରିବ। ତେବେ ଦେଖିବାକୁ ବାକି ରହିଲା ଠକେଇରେ ସମ୍ପୃକ୍ତି ଥିବା ସାମ୍ବାଦିକ ରବିରଞ୍ଜନ ତ୍ରିପାଠୀ କୁ ସ୍ଥାନୀୟ ପୋଲିସ ତଥା କଲିକତା ପୋଲିସ ଗିରଫ୍ କରିବାରେ କେବେ ସମର୍ଥ ହେଉଛନ୍ତି ତଥା ନକଲି ଓ ଜାଲି ସାମ୍ବାଦିକ ମାନଙ୍କର ପର୍ଦ୍ଦାଫାଶ ହୋଇପାରୁଛି

Comments
Loading...