ବାବାଜୀଗୁଡା ଠାରେ ମହିମା ଧର୍ମର ନୂଆଖାଇ ଭେଟଘାଟ କ୍ରୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର :-ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ବାବାଜୀ ମଠ ଆଶ୍ରମ ରେ ନୂଆ ଆମ୍ବ ଖାଇବା ଭେଟଘାଟ ଉତ୍ସବ ମହିମା ଧର୍ମର ସାଧୁସନ୍ଥ ମାନଂକ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ବାବାଜୀ ଗୁଡା ମଠର ସାରଙ୍ଗ ବାବା ଆନୁକୁଲ୍ୟରେ ରାତିରେ ଘିଅ ଆହୁତି ସହ ଅଲେଖ ମହିମା ଶରଣମ ଧ୍ବନିରେ ପରିବେଶ ଧର୍ମ ମୟ ହୋଇଥିଲା। ମହିମା ଧର୍ମ ଭକ୍ତ ମାନଂକ ଦ୍ଵାରା ମହିମା ଧର୍ମର ଗୁଣଗାନ କରୁଥିଲେ। ମାନବ ସମାଜ ର ଧାର୍ମିକ ଚିନ୍ତା ଧାରା ରେ ଉନ୍ନତି ପାଇଁ ଧର୍ମ ର ବାର୍ତ୍ତା ପ୍ରଦାନ ସହ ମହିମା ଧର୍ମର ଆଠଭଜନ ପୁସ୍ତକ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ତରଫରୁ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ଡାଵୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦାନ କାର୍ଯ୍ୟ ରେ ମହିମା ଆଶ୍ରମ ବାବାଜୀ ଗୁଡା ମଠର ସଭାପତି କୁଶ ମାଝୀ ଓ ମହିମା ଧର୍ମର ଭକ୍ତ ମାନଂକ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ବିଧାୟକ ମନୋହର ରନ୍ଧାରୀ ମହିମା ଧର୍ମର ଲୋକମାନଙ୍କ ମହିମା ଧର୍ମ ରେ ଦିଖିତ ହୋଇ ସରଳ ଜୀବନ ଯାପନ ଓ ଧର୍ମୀୟ ଭାବନା କୁ ଉଚ୍ଚ ପ୍ରଶଂସା କରିଥିଲେ। ଆଖପାଖ ଅଞ୍ଚଳର ଅନେକ ଭକ୍ତ ମାନଂକ ସମାଗମରେ ମହିମା ଧର୍ମର ନୂତନ ଆମ୍ବ ଖାଇବା ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଥିଲା।

Comments
Loading...