ଜୁଆ ଖେଳ ଉପରେ ପୋଲିସ ର ତୀକ୍ଷ୍ଣ ନଜର, ଜୁଆ ଖେଳ କୁ ସମ୍ପୂର୍ଣ ଭାବେ ବନ୍ଦ କରିବାକୁ ତାଗିଦ

ଉମେରକୋଟ : ଲୁକା ଚୋରାରେ ଚାଲିଛି ଜୁଆ ବେପାର । ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନରେ ଜୁଆଖେଳକୁ ରୋଜଗାରର ପନ୍ଥା ଭାବେ ବାଛୁଛନ୍ତି କିଛି ଯୁବପିଢୀ । ଖାଲି ସହରାଞ୍ଚଳ କାହିକିଁ ଗାଁ ଗଣ୍ଡାର ଯୁବପିଢୀଙ୍କୁ ମଧ୍ୟ କିମିଆ କରିଛି ଜୁଆ ଖେଳ । ନବରଙ୍ଗପୁର ଜିଲ୍ଲାର ଉମେରକୋଟ, ଝରୀଗାଁ, ରାଇଘର, ଡାବୁଗାଁ, ସିଂସାରୀ ଥାନା ଅଞ୍ଚଳ ଗୁଡିକରେ ଏବେ ମଣ୍ଡେଇଚାଲିଥିବା ବେଳେ ଲୁଚି ଛିପି ବିଭିନ୍ନ ସ୍ଥାନରେ ଚାଲିଛି ଜୁଆ ବେପାର । ଖାଲି ଜୁଆ କାହିଁକି ତିନିପତି, ଗଞ୍ଜା ଲଢେ଼ଇ ଆଦି ବେନିୟମ କାର୍ଯ୍ୟକୁ ବ୍ୟବସାୟ ରୂପ ଦେଇଛନ୍ତି ଯୁବପୀଢ଼ି ।2015 ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଞ୍ଜା ଲଢେଇକୁ ନିଷେଧ ଘୋଷଣା କରାଯାଇଥିଲା ।

ଯଦି କିଏ ଏହି ଅପରାଧ କରିବ ତାଙ୍କ ପାଇଁ କଠୋର ରୁ କଠୋର ଦଣ୍ଡବିଧାନ ର ବନ୍ଦୋବସ୍ତ ରହିଛି । କିନ୍ତୁ ଏସବୁ ବାଦଉମେରକୋଟରାଇଘର ଝରୀଗାଁ ଡାବୁଗାଁ, ସିଂସାରୀ ଥାନା ଅଧିନ ଥିବା କିଛି ଅଞ୍ଚଳ ଗୁଡିକ ଓ ହାଟ ରେ ଚୋରି ଛିପି ଅବସ୍ଥାରେ ଏହି ବେପାର ଚାଲିଛି  ନିର୍ବାଚନ କୁ ଦୃଷ୍ଟି ରେ ରଖି ଉମେରକୋଟ sdpo ମଧୁ ଶିକ୍ତା ମିଶ୍ର ଓ iic ଡମ୍ବରୁ ଧର ପ୍ରଧାନ ଙ୍କ ନେତୃତ୍ୱ ରେ ବିଭିନ୍ନ ସ୍ଥାନ ରେ ଚଢ଼ାଉ ଜାରି ରହିଥିବା ବେଳେ ବହୁ ପରିମାଣ ର ଜୁଆ ସାମଗ୍ରୀ ସାଙ୍ଗକୁ ଟଙ୍କା ଜବତ କରାଯାଇ ଥିବାର ଦେଖା ଯାଇଛି, ଅପରପକ୍ଷେ ନୂତନ ଭାବେ sdpo ମଧୁଶିକ୍ତା ମିଶ୍ର ଙ୍କ ଯୋଗଦାନ ପରେ ଜୁଆ ଖେଳାଉ ଥିବା ଲୋକଙ୍କ ମନ ଭିତରେ ଛନକା ପଶିଯାଇଛି ବେଆଇନ ଜୁଆ ଖେଳ କୁ ସମ୍ପୂର୍ଣ ଭାବେ ଆଗମୀ ଦିନ ରେ ବନ୍ଦ କରାଯିବ ବୋଲି ଉମେରକୋଟ ପୋଲିସ ପକ୍ଷରୁ ପ୍ରଣ କରାଯାଇଛି! ଜୁଆ ଖେଳଉଥିବା ଦଲାଲ ମାନଙ୍କୁ ବାରମ୍ବାର ଚେତାବନୀ ଦିଆ ଯାଇଛି ଆଗାମୀ ସମୟରେ ସମ୍ପୂର୍ଣ ଭାବେ ବନ୍ଦ କରା ନ ଗଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ପୋଲିସ ପକ୍ଷ ରୁ କୁହାଯାଇଛି

Comments
Loading...