ଖପ୍ରାଖୋଲ ବନବିଭାଗ ର କାର୍ଯ୍ୟ ଦକ୍ଷତା କେତେ ସତ କେତେ ମିଛ???

ପାଟଣାଗଡ ଗତ କିଛି ଦିନ ଭିତରେ ଭେଲୁଆଁଖୋଲ ଗାଁ ନିକଟ ରୁ ଲକ୍ଷାଧିକ ଟଙ୍କା ର ଖଇର କାଠ ଜବତ ହୋଇଥିଲା ଲୋକଙ୍କ ମନରେ ଧାରଣା ହେଲା ଯେ, ଖପ୍ରାଖୋଲ ବନ ବିଭାଗ ଦୀର୍ଘ ଦିନ ର ନୀରବତା ପରେ ପୁଣି ଗୋଟେ ଗୋଟେ ମିଶନ ରେ ସଫଳ ହେବ । ଖପ୍ରାଖୋଲ ବନ ବିଭାଗ ର କାର୍ଯ୍ୟ ଶୈଳୀ ଙ୍କୁ ଲୋକେ ତାରିଫ କଲେ । ହେଲେ ଖାଲି ଖଇର କାଠ ଜବତ କରି ହାତ ବାନ୍ଧି ପଡିରହିଥିବା ବନବିଭାଗ କେବେ ବଡ଼ ବଡ଼ କାଠ ମାଫିଆ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ନେବ । କାରଣ ଖପ୍ରାଖୋଲ, ହରିଶଙ୍କର ଜଙ୍ଗଲ ରୁ ଜୋର ରେ ଚାଲିଛି କାଠ ଚୋରା ଚାଲାଣ । ଶାଗୁଆନ, ଶିଶୁ, କେନ୍ଦୁ କାଠ ପରି ବହୁତ ମୂଲ୍ୟବାନ ଗଛ କାଟି ଜଙ୍ଗଲ ସଫା ହେବା ଉପରେ ହେଲେ ନିଶ୍ଚିନ୍ତ ରେ ବନବିଭାଗ…ବାବୁ ମାନଙ୍କୁ ଜଙ୍ଗଲ ଯାଇ ଡ୍ୟୁଟି କରିବାରେ ଭାରି ଭୟ ଖାଲି କେଉଁଠୁ ଖବର ମିଳିଲେ ଆଖପାଖ ରେ ରେଡ କରି ଘର ବାଡି ରୁ ଚାଲାଣ ଗଛ କୁ ଜବତ କରି ବାହାବା ନେଉଛି । ଏପଟେ ଗ୍ରୀଷ୍ମ ଋତୁ ର ଆରମ୍ଭ ଆଗକୁ ଜଙ୍ଗଲ ଜଳିବ, ଲୋକେ ମହୁଳ ଫୁଲ ସଂଗ୍ରହ ପାଇଁ ନିଆଁ ଲଗେଇବେ…ବେଧଡ଼କ କାଠ ଚାଲାଣ ଚଳିବ କେତେ ସକ୍ରିୟ ବନବିଭାଗ ସେଥି ପାଇଁ ବନବିଭାଗ ଜଙ୍ଗଲ ଆଡ଼କୁ ବି ଧ୍ୟ୍ୟନ ଦେବା କଥା ନ ହେଲେ ଛୋଟ ଛୋଟ କାର୍ଯାନୁଷ୍ଠାନ କରି ବାହାବା ନେଉଥିବା ବନବିଭାଗ ଜଙ୍ଗଲ ଉଜୁଡି ଗଲେ ଧ୍ୟ୍ୟନ ଦେବେ କି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

Comments
Loading...