ପିପିଏଲ ଭିତରକୁ ଯିବାବେଳେ ଲାଇନଚ୍ୟୁତ ହେଲା ଖାଲି ଟ୍ରେନ୍, ଟ୍ରାକ୍ ବାହାରେ ୪ ବଗି

ଜଗତସିଂହପୁର(କୋଶଲ ନ୍ୟୁଜ) ଜଗତସିଂହପୁର ଜିଲ୍ଲା ପାରାଦୀପ ସ୍ଥିତ ପିପିଏଲ ପ୍ଲାଣ୍ଟ ପରିସରକୁ ସାର ବୋଝେଇ ପାଇଁ ଯାଉଥିବା ଏକ ଖାଲି ଟ୍ରେନ୍ ଆଜି ଭୋର ସମୟରେ ଲାଇନଚ୍ୟୁତ ହୋଇଛି। ଟ୍ରେନରେ ସମୁଦାୟ ୫୯ଟି ଖାଲି ବଗି ରହିଥିବା ବେଳେ ସେଥିରୁ ୪ଟି ବଗି ଟ୍ରାକରୁ ବାହାରି ଯାଇଥିବା ସୂଚନା ମିଳିଛି।

ପିପିଏଲ ସାର କାରଖାନା ପ୍ରବେଶ ପଥରେ ହିଁ ଏହି ଦୁର୍ଘଟଣା ଘଟିଥିବାରୁ ଉଭୟ ପଟରୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comments
Loading...