ମହିଳା ସୁରକ୍ଷାକର୍ମୀ ଙ୍କ ସ୍ତନ୍ୟପାନ ସମୟର ଫଟୋ ଉଠାଇ ସୁପର ଭାଇଜର ବ୍ଲାକମେଲ କରୁଥିବା ଅଭିଯୋଗ

ସମ୍ବଲପୁର (କୋଶଲ ନ୍ୟୁଜ୍) ସମ୍ବଲପୁର ବୁର୍ଲା ଭୀମସାରରେ ନିୟୋଜିତ ସିକ୍ୟୁରିଟି ସଂସ୍ଥା ର ଜଣେ ସୁପରଭାଇଜ ଙ୍କ ନାଁରେ ଗମ୍ଭୀର ଅଭିଯୋଗ।ସୁପରଭାଇଜର ଙ୍କ ନାଁ ରେ ନିଜର ଜଣେ ମହିଳା ସୁରକ୍ଷା କର୍ମୀ ଙ୍କ ସ୍ତନ୍ୟପାନ ସମୟର ଫଟୋ ଉଠାଇ ବ୍ଲକମେଲ କରୁଥିବା ବୁର୍ଲା ଥାନା ରେ ଅଭିଯୋଗ ହୋଇଛି। ବାଇକ ଚୋରି କରିବା ଠାରୁ ଆରମ୍ଭ କରି ମାଡପିଟ କରିବା ସବୁ କ୍ଷେତ୍ରରେ ନାଁ କମେଇଥିବା ଏକ୍ସକ୍ୟୁଟିଭ ସିକ୍ୟୁରୀଟି ସର୍ଭିସ ସଂସ୍ଥା ଏଥିପାଇଁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଥର କିନ୍ତୁ ଅନ୍ୟ କେହି ନୁହଁ ବରଂ ନିଜ ସଂସ୍ଥାର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି ଏକ ଅଭାବନୀୟ ଘଟଣା। ଭିମସାରରେ ନିୟୋଜିତ ଜଣେ ମହିଳା ସୁରକ୍ଷାକର୍ମୀଙ୍କ ୨ ବର୍ଷର ଶିଶୁପୁତ୍ର କୁ ଜ୍ୱର ହେଉଥିବା ଯୋଗୁ ଛୁଟି ମାଗିଥିଲେ। ହେଲେ ତାଙ୍କୁ ଛୁଟି ମିଳିନଥିଲା । ଗତକାଲି ସେହି ମହିଳା ସୁରକ୍ଷାକର୍ମୀ ଭିମସାର ମହିଳା ହଷ୍ଟେଲ ୨ ରେ ଡ୍ୟୁଟି କରୁଥିଲେ। ଏହି ମହିଳା ହଷ୍ଟେଲର ମେଟ୍ରୋନଙ୍କୁ ନିଜ ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଥିଲେ। ମେଟ୍ରୋନଙ୍କ ଅନୁମତି ପରେ ମହିଳା ସୁରକ୍ଷାକର୍ମୀ ଜଣଙ୍କ ନିଜ ଛୁଆକୁ ଧରି ହଷ୍ଟେଲରେ କ୍ଷୀର ଖୁଆଉଥିଲେ।

ଏହି ସମୟରେ କସିଂ ଖାଁ ନାମକ ଜଣେ ସୁପରଭାଇଜର ହଷ୍ଟେଲର ପଛପଟୁ ଯାଇ ମହିଳା ସୁରକ୍ଷାକର୍ମୀ ଙ୍କ କ୍ଷୀର ଖୁଆଥିବା ସମୟରେ ଭିଡ଼ିଓ ଉଠାଇ ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ମହିଳା ସୁରକ୍ଷାକର୍ମୀ।ଅନ୍ୟପଟେ ମହିଳା ସୁରକ୍ଷାକର୍ମୀ ଙ୍କୁ ଏ ବାବଦରେ ଯଦି କାହାକୁ କିଛି କହିବ ତେବେ ତାଙ୍କର ନଗ୍ନ ଭିଡ଼ିଓ ସବୁଆଡେ ଭାଇରାଲ କରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ମହିଳା ସୁରକ୍ଷାକର୍ମୀ ଜଣକ ନ୍ୟାୟ ଦାବିରେ ବୁର୍ଲା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବୁର୍ଲା ପୋଲିସ ଏ ନେଇ ଏକ ମାମଲା ଦାୟର କରିବା ସହିତ ଅଭିଯୁକ୍ତ ସୁପରଭାଇଜର କୁ ବୁର୍ଲା ଥାନାରେ ଅଟକ ରଖିଛି।

Comments
Loading...