ଆଉ ନାହାନ୍ତି ତାଳଚେର ସେବକ ନସିଂ ହୋମ ବହ୍ଲର ଛକର ଡଃ ମାନସ ରଥ

ଅନୁଗୋଳ: (କୋଶଲ ନ୍ୟୁଜ )ଅନୁଗୋଳ ଜିଲ୍ଲା ତାଳଚେର ସେବକ ନସିଂ ହୋମ ବହ୍ଲର ଛକର ଡଃ ମାନସ ରଥଙ୍କର ପରଲୋକ । ସେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ଭୂବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ରାତି ୧ଟା ୪୫ ମିନିଟରେ ସେ ପରଲୋକ ହୋଇଛନ୍ତି । ସେ ତାଳଚେର ବନ୍ତୁଲ ଗ୍ରାମର ସୁପୁତ୍ର ତଥା ହାଣ୍ଡି ଧୁଆଁ ଉଚ୍ଚ ବିଦ୍ୟାଳୟର ସୁନାମ ଅର୍ଜନ କରିଥିବା ଛାତ୍ର ଅଟନ୍ତି । ଏହି ମୃତ୍ୟୁ ଖବର ଶୁଣି ଦେବଗଡ଼ ଓ ଅନୁଗୋଳ ବିଭିନ୍ନ କୋଣ ଅନୁକୋଣରେ ଶୋକର ଛାୟା ଖେଳିଯାଇଛି ।

Comments
Loading...