ପାରାଦୀପ ଏରସମା ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ କାଉନସିଲ୍ ପକ୍ଷରୁ ୬ ଟି ଆମ୍ବୁଲାନ୍ସ ସେବା ଉଦଘାଟିତ

ଜଗତସିଂହପୁର (କୋଶଲ ନ୍ୟୁଜ୍) ପାରାଦୀପ,କୁଜଙ୍ଗ,ରାହାମା ଓ ଏରସମା ଅଂଚଳରେ କାର୍ଯ୍ୟ କରିବ ଆମ୍ବୁଲାନ୍ସ ସେଵା ୨୪ ଘଣ୍ଟା ଲୋକଙ୍କ ସେବାରେ ଏହା ନିୟୋଜିତ ହେବ। ଏଥିସହିତ ୨୪ ଘଣ୍ଟିଆ ଡାକ୍ତର ହେଲ୍ପଲାଇନ ସେବା ମଧ୍ୟ ଆରମ୍ଭ କରାଯାଇଛି। ଲୋକେ ୟୁନିୟନର ଦୁଇଟି ମୋବାଇଲ ନମ୍ବର ରେ ଯୋଗାଯୋଗ କଲେ ବିଭିନ୍ନ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇପାରିବେ ବୋଲି ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ସଭାପତି ବାପି ସାର୍ଖେଲ ପ୍ରକାଶ କରିଛନ୍ତି।ଏହା ମହାଵିପତି ସମୟରେ ଅନେକ ଭରଷା ଦେଇପାରିବ ।ଏହି କାର୍ଯ୍ୟପାଇଁ ବୃଦ୍ଧିଯୀବି ମହଲରେ ଅନେକ ପ୍ରସଶା ର ପାତ୍ର ପାଲଟିଛନ୍ତି ।

Comments
Loading...