ମାଓବାଦୀଙ୍କ ବର୍ବରକାଣ୍ଡ ଡିଆରଜି ଯବାନଙ୍କୁ ଅପରହଣ ପରେ ହତ୍ୟା କରିଛନ୍ତି ମାଓବାଦୀ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ, ଡିଆରଜି ଯବାନଙ୍କୁ ଘରୁ ଅପରହଣ ପରେ ଗଳା କାଟି ହତ୍ୟା କରିଛନ୍ତି ।ସୂଚନା ଅନୁଯାୟୀ ସୁକୁମା ଜିଲ୍ଲା ଦରନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡ଼ିଆରଜି ଯବାନ ବେଟି ଭୀମା ଗତକାଲି ନିଜ ଘରକୁ ଯାଇଥିଲେ । ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଆସିଥିଲେ ପରିବାର ଲୋକଙ୍କୁ ମାରପିଟ କରିବା ପରେ ବନ୍ଧୁକ ଦେଖାଇ ତାଙ୍କୁ ଘରୁ ଉଠାଇ ନେଇଥିଲେ । ଅପହରଣ ପରେ ଗାଁ ମୁଣ୍ଡ ରାସ୍ତାରେ ପଥରରେ ଛେଚିବା ସହ ଗଳା କାଟି ଅତି ନିର୍ମମ ଭାବରେ ଯବାନଙ୍କୁ ହତ୍ୟା କରିଛନ୍ତି ଲାଲବାହିନୀ ।ଆଜି ସକାଳୁ ପରିବାର ଲୋକ ମୃତ ଦେହକୁ ଘରକୁ ଆଣିଥିଲେ । ଖବର ପାଇଁ ଦରନାପାଲରୁ ପୋଲିସ ଘଟଣା ସ୍ଥଳକୁ ଯାଇଥିବା ଜଣାପଡିଛି ।

Comments
Loading...