ଅଭିନେତ୍ରୀ ବର୍ଷାଙ୍କ ନାଁରେ ଫେସ୍‌ବୁକ୍‌ରେ ଅଶ୍ଲୀଳ ଟିପ୍ପଣୀ ନେଇ ପୁଣି ତେଜିଲା ବିବାଦ: ଅନୁଭବ ଫ୍ୟାନ୍‌ କ୍ଲବ୍‌ ପେଜ୍‌ ନାଁରେ ଏତଲା ଦେଲେ ବର୍ଷା

କୋଶଲ ନ୍ୟୁଜ୍ ବ୍ୟୁରୋ :- କଟକ….ଓଲିଉଡ ଅଭିନେତ୍ରୀ ବର୍ଷା ପି୍ରୟଦର୍ଶିନୀ ଓ ତାଙ୍କ ସ୍ୱାମୀ ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ସୃଷ୍ଟି ହୋଇଥ୍‍ôବା ପାରିବାରିକ ବିବାଦ ଭିନ୍ନ ଭିନ୍ନ ରୂପରେ ସାମ୍ନାକୁ ଆସୁଛି । ଉଭୟଙ୍କ ବିବାହ ବିଚ୍ଛେଦ ମାମଲା ଅଦାଲତରେ ଚାଲିଥିବା ବେଳେ ବର୍ଷାଙ୍କ ନାଁରେ ଫେସବୁକରେ ଅଶ୍ଳୀଳ ଟିପ୍ପଣୀ ଦିଆଯାଇଥିବା ନେଇ ପୁଣି ଏକ ବିବାଦ ମୁଣ୍ଡ ଟେକିଛି । 

 

ସୋସିଆଲ ମିଡିଆ ‘ଫେସବୁକ’ରେ ଅନୁଭବ ଫ୍ୟାନ କ୍ଲବ ନାଁରେ ଥିବା ପେଜରେ ବର୍ଷାଙ୍କ ନାଁରେ ବହୁ ଆପତ୍ତିଜନକ ମନ୍ତବ୍ୟ ଦିଆଯିବା ତାଙ୍କ ଚରିତ୍ରକୁ ଆକ୍ଷେପ କରାଯିବା ନେଇ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି । ପ୍ରମାଣ ସ୍ୱରୂପ ବର୍ଷା ଉକ୍ତ ଫେସବୁକ ପେଜର ପ୍ରାୟ ୩୦ ପେଜ ସ୍କି୍ରନ ସଟ ପୁଲିସକୁ ପ୍ରଦାନ କରିଛନ୍ତି । 

 

ବର୍ଷାଙ୍କଏତଲା ବଳରେ ପୁଲିସ ଏକ ମାମଲା ରୁଜୁ କରିଛି । ଆଇପିସି ଧାରା ୫୦୯ ଓ ଆଇଟି ଆକ୍ଟର ଧାର ୬୬-ସିରେ ଏହି ମାମଲା ରୁଜୁ ହୋଇଛି । ପୁଲିସ ଏନେଇ ତଦନ୍ତ ଜାରି ରଖିଛି ।

Comments
Loading...