ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ରାଜ୍ୟ ସଭାପତିଙ୍କୁ ଧନ୍ୟବାଦ ଦେଲେ କାଳନ୍ଦି ସାମଲ

ତାଳଚେର (କୋଶଲ ନ୍ୟୁଜ୍):- ଆଜି ବିଜେପି ପକ୍ଷରୁ ତାଳଚେର ରୁ ବରିଷ୍ଠ ନେତା କାଳନ୍ଦି ସାମଲ ଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି। ଏହାକୁ ନେଇ ସମଗ୍ର ତାଳଚେର ନିର୍ବାଚନ ମଣ୍ଡଳୀ ରେ ବିଜେପି ପକ୍ଷରୁ ଖୁସିର ଲହର ଖେଳି ଯାଇଛି। ବିଜେପି ପକ୍ଷରୁ ପ୍ରାର୍ଥୀତ୍ବ ଘୋଷଣା ପରେ କାଳନ୍ଦି ସାମଲ କହିଛନ୍ତି ତାଳଚେର ର ବୁଥ ସ୍ତରର ବିଜେପି କାର୍ଯ୍ୟକର୍ତା ଙ୍କର ଆସ୍ଥା ବିଶ୍ୱାସ କୁ ସମ୍ମାନ ଜଣାଇ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱ ମୋତେ ପ୍ରାର୍ଥୀ କରାଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ସମସ୍ତ ନେତୃବର୍ଗ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ଦୀର୍ଘ ୩୫ ବର୍ଷ ହେବ ରାଷ୍ଟ୍ରୀୟ ବିଚାର ଧାରାରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରି ଆସିଛି ଦଳ । ଯେତେବେଳେ ଯାହା ଦାୟିତ୍ବ ଦେଇଛି ତାହା ସୁଚାରୁ ରୂପେ ପାଳନ କରିବା ପାଇଁ ଚେଷ୍ଟା କରିଛି ବୋଲି ସେ କହିଛନ୍ତି। ମୋଦି ସରକାରଙ୍କର ଗ୍ୟାରେଣ୍ଟି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ତାଳଚେର ପ୍ରତି ବିକାଶ ମୂଳକ କାର୍ଯ୍ୟ କୁ ପାଥେୟ କରି ,ତାଳଚେର ବାସୀଙ୍କର ସ୍ନେହ,ଶ୍ରଦ୍ଧା, ଆଶୀର୍ବାଦକୁ ନେଇ, ବିଜେପି ର ବୁଥ ସ୍ତରର କାର୍ଯ୍ୟକର୍ତାଙ୍କର କାର୍ଯ୍ୟଧାରାକୁ ନେଇ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିବି ବୋଲି ସେ କହିଛନ୍ତି।

ରିପୋର୍ଟ: ନିଲେଶ ଅନିରୁଦ୍ଧ ନାୟକ

Comments
Loading...