ପାଦରେ ଚାଲି ଅଯୋଧ୍ୟା ଯାଇଥିବା ଶୁଭମ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର (କୋଶଲ ନ୍ୟୁଜ୍):- ଅଯୋଧ୍ୟା ରେ ଦୀର୍ଘ ୫୦୦ ବର୍ଷର ସଂଘର୍ଷ ପରେ ଶ୍ରୀରାମ ଜନ୍ମଭୂମୀ ରେ ପ୍ରଭୁ ଶ୍ରୀରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଗତ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି।ଏହାକୁ ନେଇ ସମଗ୍ର ଦେଶ ବିଦେଶରେ ସବୁଠି ଉତ୍ସବ ମୁଖର ପରିସ୍ଥିତି ଅବସରରେ ତାଳଚେର ଅଞ୍ଚଳର ଉତ୍ସାହୀ ଯୁବ ରାମଭକ୍ତ ସୁଭମ ସାହୁ (୨୨) ଜାନୁଆରୀ ୪ ତାରିଖରୁ ତାଳଚେର ରୁ ପାଦ ରେ ଚାଲି ଚାଲି ଅଯୋଧ୍ୟା ରାମ ମନ୍ଦିର ଯାତ୍ରା ଆରମ୍ଭ କରିଥିଲେ। ସୁଭମ ୩୦ ଦିନ ପଦ ଯାତ୍ରା କରି ୧୦୦୦ କିଲୋମିଟର ରାସ୍ତା ଅତିକ୍ରମ କରି ଫେବ୍ରୁଆରୀ ୨ ତାରିଖରେ ଅଯୋଧ୍ୟାରେ ପହଞ୍ଚି ଭଗବାନ ରାମ ଲାଲା ଙ୍କର ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ।ଓଡ଼ିଶାର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୬ ତାରିଖ ମଙ୍ଗଳବାର ନୂଆଁ ଦିଲ୍ଲୀ ବାସ ଭବନରେ ସୁଭମ କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ପରିବାର ସହ କଥାବାର୍ତ୍ତା ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଉପସ୍ଥିତ ଥିଲେ।ସୁଭମଙ୍କ ବଡ଼ ବାପା ତାଳଚେର ଟାଉନ ବଉଳ ଛକ ଅଞ୍ଚଳର ସମାଜସେବୀ ତଥା 1980 ମସିହାର ବିଜେପି କାର୍ଯ୍ୟକର୍ତ୍ତା ସୁରେଶ ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ନିକଟତର ଏବଂ ବିଶେଷ କରି ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡ଼ାଃ ଦେବେନ୍ଦ୍ର ପ୍ରଧାନଙ୍କର ଏକାନ୍ତ ଅନୁଗାମୀ ଥିଲେ। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଭମର ବଡ଼ ବାପା ସୁରେଶ ସାହୁଙ୍କ ସହ ଦୀର୍ଘ ସମୟ ଧରି ଫୋନ ରେ କଥାବାର୍ତ୍ତା ହୋଇଥିଲେ।ସୁଭମର ଅଳ୍ପ ବୟସରେ ଭଗବାନଙ୍କ ପ୍ରତି ଏଭଳି ନିଷ୍ଠାପର ସାଧନା ଏବଂ ଦୃଢ ସଂକଳ୍ପ ଯୁବ ସମାଜକୁ ଯୁଗାନ୍ତକାରୀ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।ଏବଂ ସୁଭମ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପ୍ରକାଶ ଥାଉକି ସୁଭମର ସାହସ ଓ ଉଦ୍ଧିପନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପଢ଼ୁଥିବା ବେଳେ ପରିଲଖିତ ହେଉଥିଲା। ବର୍ତ୍ତମାନ ସମଗ୍ର ତାଳଚେର ଅଞ୍ଚଳ ଓ ସାରା ଓଡ଼ିଶାରେ ସୁଭମ ପାଇଁ ଖୁସିର ଲହର ଖେଳିଯାଇଛି।

Comments
Loading...