କୋଭିଡ୍ ରିପୋର୍ଟ ରେ ଗପଲତି

ଅନୁଗୋଳ କଣିହାଁ: (କୋଶଲ ନ୍ୟୁଜ) ବର୍ତ୍ତମାନ ଶାଖା ବିଶ୍ୱରେ ମହାମାରି କରୋନାର ଦ୍ଵିତୀୟ ଲହରୀ ପ୍ରଭାବ ଏତେଭୟଙ୍କର ରୂପ ନେଇଚାଲିଛି ଯେ ପ୍ରତ୍ୟେକ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହୁହୁ ହୋଇ ତା’ର କାୟା ବିସ୍ତାର କରିଚାଲିଛି । କୋଭିଡ୍ ଭଳି ଭୟଙ୍କର ମହାମାରୀ ଠାରୁ କିଭଳି ବର୍ତ୍ତିବାକୁ ହେବ ସରକାରଙ୍କ ନିୟମ ମାନି ଜନସାଧାରଣ କୋଭିଡ ଟେଷ୍ଟ ତ କରୁଛନ୍ତି କିନ୍ତୁ ରିପୋର୍ଟ ଉପରେ ଭରସା କରିପାରୁନାହାନ୍ତି କେହି । ଏପରି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଅଞ୍ଚଳରେ ରହୁଥିବା ସଂଯୁକ୍ତା ମହାନ୍ତି ଙ୍କର । ସ୍ୱାମୀ, ସ୍ତ୍ରୀ , ପୁଅ ତିନିଜଣ ଗୋଟିଏ ଦିନରେ କୋଭିଡ ଟେଷ୍ଟ୍ କରିଥିବାବେଳେ ପୁଅ ଓ ସ୍ୱାମୀଙ୍କର ଆସିଥିଲା ପଜେଟିଭ୍ ରିପୋର୍ଟ ଓ ରହିଥିଲେ ସେମାନେ ହୋମ୍ କରେଣ୍ଟଟାଇନ୍ ରେ । ଚଉଦ ତାରିଖରେ ସଂଯୁକ୍ତା ମହାନ୍ତି ଙ୍କର ଆସିଥିଲା ନେଗେଟିଭ ରିପୋର୍ଟ । କିନ୍ତୁ ସତର ତାରିଖ ଦିନ ଉପରିସ୍ଥ ଅଫିସରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ଭଲିଣ୍ଟିୟର ମାନେ ଶ୍ରୀମତୀ ମହାନ୍ତିଙ୍କ ଘର ସାମ୍ନାରେ ପହଞ୍ଚିଥିଲେ ପଜେଟିଭ୍ ରିପୋର୍ଟ ଅନୁସାରେ ସଚେତନ କରିବା ଓ ନୋଟିସ୍ ମାରିବାକୁ । କୋଭିଡ୍ ଭୟରେ ଲୋକମାନେ ଜୀବନ ହରେଉଥିବାବେଳେ, ଟେଷ୍ଟ ରିପୋର୍ଟ ପଠାଉଥିବା ସରକାରୀ କର୍ମଚାରୀ ବାବୁମାନେ ସଠିକ୍ ଭାବେ ରିପୋର୍ଟ ନପଠାଇ ଜନସାଧାରଣଙ୍କ ଆତ୍ମଚେଷ୍ଟା ଦୂର୍ବଳ କରୁଛନ୍ତି କିପରି । ଜନସାଧାରଣଙ୍କ ଜୀବନ ସହ ଖେଳୁଥିବା ବିଭାଗୀୟ କର୍ମଚାରୀ ମାନଙ୍କ ପ୍ରତି ସରକାର କିପ୍ରକାର କାର୍ଯ୍ଯାନୁଷ୍ଠାନ ନେଉଛନ୍ତି ଦେଖିବାକୁ ବାକିରହିଲା ।

Comments
Loading...