ସାମାନ୍ୟ ଜ୍ବରକୁ କରୋନା ହୋଇଛି ଭାବି ଯୁବକ ପିଇଦେଲେ କିରୋସିନ, ମୃତ୍ୟୁ ପରେ ରିପୋର୍ଟ ଆସିଲା ନେଗେଟିଭ

ଭୋପାଳ: ଦେଶରେ ଯେଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। ଏଭଳି ସମୟରେ ସାମାନ୍ୟ ଜ୍ବର ଥଣ୍ଡା ହେଲେ ବି ଲୋକେ ତାହାକୁ କରୋନା ହୋଇଛି ବୋଲି ଭାବି ନେଉଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ଅନ୍ତର୍ଗତ ଅଶୋକା ଗାର୍ଡେନ ଅଞ୍ଚଳରେ ଜଣେ ଯୁବକଙ୍କୁ ସାମାନ୍ୟ ଜ୍ବର ହୋଇଥିଲା। ସେ କରୋନା ହୋଇଛି ବୋଲି ଭାବି କିରୋସିନ ପିଇ ଦେଇଥିଲେ। ଶେଷରେ ତାଙ୍କର ମୃତ୍ୟୁ ବି ହୋଇଯାଇଥିଲା। ମୃତ ଯୁବକଙ୍କ ନାମ ମହେନ୍ଦ୍ର ବୋଲି ଜଣାପଡ଼ିଛି।

ମହେନ୍ଦ୍ରଙ୍କୁ କିଛିଦିନ ହେବ ଜ୍ବର ହୋଇଥିଲା। ସେ ଏଥିପାଇଁ ଅନେକ ଔଷଧ ବି ଖାଇଥିଲେ କିନ୍ତୁ ଜ୍ବର କମି ନଥିଲା। ଏନେଇ ସେ ତାଙ୍କ ବନ୍ଧୁବାନ୍ଧବଙ୍କୁ କହିବାରୁ ସେମାନେ ମହେନ୍ଦ୍ରଙ୍କୁ କିରୋସିନ ପିଇବାକୁ ପରାମର୍ଶ ଦେଇଥିଲେ। ତେବେ ଔଷଧ ଖାଇବା ପରେ ଜ୍ବର ନକମିବାରୁ ମହେନ୍ଦ୍ର କରୋନା ହୋଇଯାଇଛି ଭାବି ନେଇଥିଲେ। ଭୟରେ ପରୀକ୍ଷା କରିବାକୁ ନଯାଇ କିରୋସିନ ପିଇ ଦେଇଥିଲେ।

ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ପରିବାର ଲୋକେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସା ନମିଳିବାରୁ ଆଉ ଏକ ହସ୍ପିଚାଲକୁ ମହେନ୍ଦ୍ରଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁଃଖର କଥା ମହେନ୍ଦ୍ର ଯେଉଁ ଭୟରେ କିରୋସିନ ପିଇଥିଲେ ତାହା ଭୁଲ ଥିଲା। କାରଣ ପ୍ରୋଟୋକଲ ଅନୁସାରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା କିନ୍ତୁ ମହେନ୍ଦ୍ରଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।

Comments
Loading...